ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକ ମୃତ

ଖଇରା : ହାଇଦ୍ରାବାଦକୁ ପରିବାର ସହ ଦାଦନ ଖଟିବାକୁ ଯାଇଥିବା ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ସୁନାପୁର ପଞ୍ଚାୟତ ବାଗବାହାଲ ଗାଁର ଅଭିରାମ ମାଝୀ(୨୮)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ପରିବାର ଲୋକେ ଗାଁକୁ ଶବ ଆଣିବାକୁ ଚାହୁଁଥିଲେ ମଧ୍ୟ ସେଠାକାର ମାଲିକଙ୍କ ପ୍ରରୋଚନାରେ ସେଠାରେ ହିଁ ଶବ ସତ୍କାର କରାଯାଇଥିଲା।

ମୃତ ଶ୍ରମିକ ଅଭିରାମଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, କିଛି ମାସ ତଳେ ସେ ଅଧିକ ରୋଜଗାର ଆଶାରେ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ କିଛି ସାଙ୍ଗଙ୍କ ସହିତ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ମାଲିକଙ୍କ ନିର୍ଯାତନା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରିବା ସହ ମୃତ ଅଭିରାମଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର