ଓଡ଼ିଆ ବିଶ୍ବବିଦ୍ୟାଳୟ: ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତି

ସାକ୍ଷୀଗୋପାଳ : ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଆସନ୍ତା ସପ୍ତାହରେ ଏକ ଅନୁଧ୍ୟାନକାରୀ ଦଳ ସତ୍ୟବାଦୀ ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜିଠାରୁ ଐତିହାସିକ ସତ୍ୟବାଦୀ ବନ ବିଦ୍ୟାଳୟ ପରିସରରେ ଥିବା ଅନାବନା ଗଛଲତା ଜେସିବି ମାଧ୍ୟମରେ ସଫା କରାଯାଉଛି। ଏହା ପରେ କୋଠା ସମେତ ବିଭିନ୍ନ ଭିତ୍ତିଭୂମି ପାଇଁ ସ୍ଥାନ ନିରୂପଣ କରାଯିବ ବୋଲି ସାକ୍ଷୀଗୋପାଳ ପୂର୍ତ ବିଭାଗ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ ପ୍ରକା‌ଶ କରିଛନ୍ତି।

ସମ୍ବନ୍ଧିତ ଖବର