ଯୁଧିଷ୍ଠିରଙ୍କ ବିରୋଧରେ ଥିବା ମାମଲାର ସ୍ଥିତି କ’ଣ ଜଣାଅ : ହାଇକୋର୍ଟ

କଟକ : ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓରଫ କେଦାରଙ୍କ ବିରୋଧରେ ରହିଥିବା ମାମଲା ଗୁଡିକର ସ୍ଥିତି ସଂପର୍କରେ ଅବଗତ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ କେତେ ଅପରାଧିକ ମାମଲା ବିଚାରାଧୀନ ରହିଛି ଓ ଶୁଣାଣି ସରିଥିବା ମାମଲା ଗୁଡିକରେ ନିମ୍ନ ଅଦାଲତ କଣ ରାୟ ଦେଇଛନ୍ତି ସେ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସାମନ୍ତରାୟଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭାରତୀ ଦାଶ ଓ ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀ ସାମନ୍ତରାୟଙ୍କ ଜାମିନ ନିମ୍ନ ଅଦାଲତରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର