ନକ୍ସଲ ଆକ୍ରମଣରେ ଜଣେ ଆହତ: ପୁଲିସ ଇନ୍‌ଫର୍ମର ସନ୍ଦେହରେ ବୋମା ଫିଙ୍ଗି ହତ୍ୟା ଉଦ୍ୟମ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକାମ ଜିଲ୍ଲାରେ ପୁଣି ହିଂସା ଘଟାଇଛନ୍ତି ମାଓବାଦୀ। ଦରଭା ବ୍ଲକର ଜଣେ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ହାଡ଼ମୁ ନାମକ ଜଣେ ବ୍ୟକ୍ତି ଘରେ ଥିବା ନକ୍ସଲଙ୍କୁ ସୂଚନା ମିଳିଥିଲା। ଏହାପରେ ହାଡ଼ମୁକୁ ହତ୍ୟା କରିବାକୁ ଯୋଜନା କରି ସଶସ୍ତ୍ର ନକ୍ସଲ ଗାଁରେ ପଶିଥିଲେ। ହାଡ଼ମୁକୁ ଘର ବାହାରକୁ ଚାଲି ଆସିବା ପାଇଁ ବାରମ୍ବାର ଡାକିଥିଲେ। କିନ୍ତୁ ଭୟଭୀତ ଅବସ୍ଥାରେ ଥିବା ହାଡ଼ମୁ ବାହାରି ନ ଥିଲେ। ଶେଷରେ ନକ୍ସଲ ଘର ଉପରକୁ ବୋମା ଫୋପାଡ଼ି ଚାଲି ଯାଇଥିଲେ। ତେବେ ବିସ୍ଫୋରଣରେ ହାଡ଼ମୁଙ୍କ କିଛି ହୋଇ ନ ଥିବା ବେଳେ ପଡ଼ୋଶୀ ପିଶୁ କବାସି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର