ଏକତରଫା ପ୍ରେମ କରି ରୋମିଓ ହଟହଟା : ପୁଲିସକୁ ଦେଖି ବାଇକ୍‌ ଛାଡ଼ି ଛୁ

ପୁରୀ : ଭୁବନେଶ୍ୱରରେ ରହୁଥିବା ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ଜଣେ ରୋମିଓ ହଟହଟା ହୋଇଛି। ସେ ତା’ର ସହଯୋଗୀମାନଙ୍କ ସହିତ ଯୁବତୀଙ୍କୁ ଏଠାରେ ପିଛା କରୁଥିବା ବେଳେ ପୁଲିସ ହସ୍ତକ୍ଷେପ କରିବାରେ ଉକ୍ତ ଯୁବକ ତା’ର ବାଇକ୍‌ ଛାଡ଼ି ଛୁ ମାରିଛି। ଖବର ନେବାରେ ଜଣାପଡ଼ିଛି ଯେ ଭୁବନେଶ୍ୱରର ଜଣେ ଛାତ୍ରୀ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ରେ ଥିବା ଏକ କଲେଜକୁ ପରୀକ୍ଷା ଦେବାକୁ ଆସିଥିଲେ। ବାସେଳି ସାହି ଥାନା ଇଲାକାରେ ଛାତ୍ରୀଙ୍କ ମାମୁ ଘର ପାଖରେ ରହୁଥିବା ଜଣେ ଯୁବକ ତାଙ୍କୁ ଏକତରଫା ପ୍ରେମ ନିବେଦନ କରିଥିଲା। ଏଥିରେ ଛାତ୍ରୀ ଜଣକ ଅରାଜି ହେବାରୁ ଆଜି ଏହି ରୋମିଓ ଜଣକ ତାର ୮ ଜଣ ସହଯୋଗୀଙ୍କୁ ନେଇ ପୁରୀରୁ ଭୁବନେଶ୍ୱର ଫେରୁଥିବା ଛାତ୍ରୀଙ୍କୁ ପିଛା କରିଥିଲା। ଏହା ଜାଣିବା ପରେ ଛାତ୍ରୀ ଜଣକ ପୁଲିସକୁ ଖବର ଦେବାରୁ ପୁଲିସ ଏହି ଦୁର୍ବୃତ୍ତମାନଙ୍କୁ ପିଛା କରି ଅଠରନଳାରେ ପହଞ୍ଚିଥିଲା। ଏଠାରେ ପୁଲିସକୁ ଦେଖି ଜଣେ ଦୁର୍ବୃତ୍ତ ତା’ର ବାଇକ ଛାଡ଼ି ଫେରାର ହୋଇଯାଇଥିବା ବେଳେ ଅନ୍ୟମାନେ ମଧ୍ୟ ସେଠାରୁ ଛୁ ମାରିଥିଲେ। ପୁଲିସ ଅଠରନଳା ଛକରୁ ଦୁର୍ବୃତ୍ତଙ୍କ ବାଇକକୁ ଜବତ କରି ଥାନାକୁ ନେଇଯାଇଛି।

ସମ୍ବନ୍ଧିତ ଖବର