୩୫ ଲକ୍ଷ ଲୋକଙ୍କୁ ୨୪ ଲକ୍ଷ ଗ୍ୟାସ ସଂଯୋଗ : ତିନି ହଜାର ବିଭ୍ରାଟ

ବ୍ରହ୍ମପୁର : ପ୍ରାୟ ୩୫ ଲକ୍ଷ ଜନସ˚ଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାରେ ମାର୍ଚ ୨୦୧୭ରୁ ସେପଟେମ୍ବର ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା (ପିଏମ୍‌ୟୁଵାଇ)ରେ ହିତାଧିକାରୀଙ୍କ ସ˚ଖ୍ୟା ଏକ ଲକ୍ଷରୁ ୨ ଲକ୍ଷ ୪୦ ହଜାରକୁ ବୃଦ୍ଧି ପାଇଛି। ତେବେ ଗ୍ୟାସ ସ˚ଯୋଗରେ ବିଭ୍ରାଟ, ରିହାତି ଟଙ୍କା ବ୍ୟାଙ୍କ ଖାତାକୁ ନଆସିବା, ଜଣକ ନାମରେ ଏକାଧିକ ସ˚ଯୋଗ ଦିଆଯିବା ଭଳି ପ୍ରାୟ ତିନି ହଜାର ଅଭିଯୋଗ ଆସିଛି।

ଏ ସମ୍ପର୍କରେ ଦାୟିତ୍ବରେ ଥିବା ପିଏମ୍‌ୟୁଵାଇ ଅଧିକାରୀଙ୍କ କହିବା କଥା ହେଲା, ଅଭିଯୋଗ ଆସିବା କ୍ଷଣି ସମାଧାନ କରାଯାଇଛି, କିନ୍ତୁ ଗାଁ ଗହଳିରେ ଏଭଳି ସମସ୍ୟା ନଥିବ ସେ କଥା କହିହେବନି। ଗଞ୍ଜାମ ଜିଲ୍ଳାର ଗ୍ରାମାଞ୍ଚଳରେ ପିଏମ୍‌ୟୁଵାଇ ଆବଣ୍ଟନ ଓ ଲଗ୍‌ଇନ୍‌ ଆଦି କାର୍ଯ୍ୟ ଓଡ଼ିଶା ରୁରାଲ୍‌ ମାର୍କେଟି˚ ସ˚ସ୍ଥା(ଓରମାସ୍‌) ସହ ମିଶି ଡିଷ୍ଟ୍ରିକ୍ଟ ସପ୍ଲାଏ ଆଣ୍ତ୍‌ ମାର୍କେଟି˚ ସୋସାଇଟି (ଡିଏସ୍‌ଏମ୍‌ଏସ୍‌) କରୁଛି। ଇଣ୍ତିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିଃ (ଆଇଓସିଏଲ୍‌) ଗ୍ରାମାଞ୍ଚଳରେ ପିଏମ୍‌ୟୁଆଇ ସ˚ଯୋଗ ବ୍ୟବସ୍ଥାର ତଦାରଖ କରୁଛି। ଏ ନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି, ତ୍ରୁଟି ହ୍ର‌ାସ ପାଇଁ ଗ୍ୟାସ ବିତରଣ ଦାୟିତ୍ବ ଗ୍ରାମାଞ୍ଚଳରେ ଥିବା ସ୍ବୟ˚ ସହାୟକ ଗୋଷ୍ଠୀଙ୍କୁ ଦେବାକୁ ଗତ ଅଗଷ୍ଟ ମାସରେ ଆଇଓସିଏଲ୍‌କୁ ଅନୁରୋଧ କରାଯାଇଥିଲା। ଏହାଦ୍ବାରା ତ୍ରୁଟି ସ˚ଖ୍ୟା ହ୍ରାସ ପାଇବା ସହ ଲୋକମାନେ ସହଜରେ ସ˚ଯୋଗ ପାଇପାରିବେ। ଦୁର୍ନୀତି ଓ ଅନିୟମିତା ସମ୍ପର୍କରେ ଡିଏସ୍‌ଏମ୍‌ଏସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଜ୍ୟୋତି ରଞ୍ଜନଙ୍କ କହିବା କଥା ହେଲା, ଗ୍ୟାସ ବିତରକଙ୍କ ନିକଟରେ ନଥିପତ୍ର ଦାଖଲ ସମୟରେ ଅନେକ ତ୍ରୁଟି ରହୁଛି।

ଏନେଇ ପିଏମ୍‌ୟୁଵାଇର ଡିଷ୍ଟ୍ରିଟ୍‌ ନୋଡାଲ୍‌ ଅଫିସର (ଡିଏନ୍‌ଓ) ଏସ୍‌କେ ବେହେରା କହିଛନ୍ତି, ଗ୍ୟାସ ବଣ୍ଟନରେ ଆଧାର କାର୍ଡ ସ˚ଯୋଗ ନଥିବା ପୂର୍ବରୁ ବିତରକମାନେ ନଥିପତ୍ର ଜାଲିଆତି କରି ଏକାଧିକ ସ˚ଯୋଗ ଦେଉଥିଲେ। ବର୍ତ୍ତମାନ ତିନିଟି କମ୍ପାନିର ବିତରଣ ଗୋଟିଏ ବ୍ୟବସ୍ଥାରେ ଚାଲୁଛି। ଅନ୍‌ଲାଇନ୍‌ରେ ଏଭଳି ବ୍ୟବସ୍ଥା ରହିଛି, ଥରେ ଜଣେ ଏଏଚ୍‌ଏଲ୍‌ ଟିନ୍‌ ନମ୍ବରରେ ଉଜ୍ଜ୍ବଳା ଗ୍ୟାସ ସଂପାଇଁ ଆବେଦନ କଲେ ତାହା ଲକ୍‌ ହୋଇଯାଏ। ଏଣୁ ଦ୍ବିତୀୟ ବ୍ୟକ୍ତି ସେହି ନମ୍ବରରେ ଆଉ ଆବେଦନ କରିପାରିବ ନାହିଁ ବୋଲି ସେ କହିଛନ୍ତି। ସେହିଭଳି, ବ୍ୟାଙ୍କ ଖାତାକୁ ରିହାତି ଟଙ୍କା ଆସିବା ନେଇ ଯେଉଁ ସମସ୍ୟା ଥିଲା, ତାହା ସମାଧାନ କରାଯାଇଛି।

ସମ୍ବନ୍ଧିତ ଖବର