୪ରେ ଗଞ୍ଜାମ ଆସୁଛନ୍ତି ରାହୁଲ, ପିସିସି ସଭାପତିଙ୍କ ପ୍ରସ୍ତୁତି ତଦାରଖ

ବ୍ରହ୍ମପୁର/ଦିଗପହଣ୍ଡି : ଚଳିତ ନିର୍ବାଚନରେ କଂଗ୍ରେସ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ମାସ ୪ ତାରିଖରେ ଗଞ୍ଜାମ ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଠାରେ ଆୟୋଜିତ ସାଧାରଣ ସଭାରେ ରାହୁଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ପ୍ରସ୍ତୁତି ତଦାରଖ କରିଛନ୍ତି। ଅପରାହ୍ନ ସାଢେ଼ ୪ଟାରେ ସେ ବ୍ରହ୍ମପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ଜିଲ୍ଲା ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଦିଗପହଣ୍ଡି ଯାଇ ରାହୁଲଙ୍କ ସଭା ପାଇଁ ଚିହ୍ନଟ କରାଯାଇଥିବା ଜାଗା ବୁଲି ଦେଖି ଥିଲେ। ଖେମୁଣ୍ତି କଲେଜ ନିକଟସ୍ଥ ଏକ ପଡିଆକୁ ନିର୍ବାଚନୀ ସଭାସ୍ଥଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ରାହୁଲଙ୍କ ଗସ୍ତ ସମୟ ସାରଣୀ ବର୍ତ୍ତମାନ ସୁଦ୍ଧା ଠିକ୍ ହୋଇ ନଥିବା ବେଳେ ସଭାରେ ବହୁ ଲୋକଙ୍କ ସମାଗମ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଜିଲ୍ଲା କ˚ଗ୍ରେସ ସଭାପତି ଡା. ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ତା, ଗୋପାଳପୁର ବିଧାନସଭା ପ୍ରାର୍ଥୀ ଏସ୍‌. ଧର୍ମରାଜ ରେଡି, ଦିଗପହଣ୍ତି ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ତା, ଜିଲ୍ଲା ମହିଳା କ˚ଗ୍ରେସ ସଭାନେତ୍ରୀ ସ୍ବରୂପା ତ୍ରିପାଠୀ, ଜିଲ୍ଲା କ˚ଗ୍ରେସର କୋଷାଧ୍ୟକ୍ଷ ସାଇ ପାତ୍ର, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ, ଗଞ୍ଜାମ ଜିଲ୍ଲା କିଶାନ୍‌ ସେଲ୍‌ ଅଧ୍ୟକ୍ଷ ବୃନ୍ଦାବନ ଖଟେଇଙ୍କ ସମେତ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର