ରଥ ଖଳା ହାଲଚାଲ : କଣଗୁଜ ଖୋଦେଇ ଶେଷ ପର୍ଯ୍ୟାୟରେ

ପୁରୀ : ରଥଖଳାରେ ଗତକାଲି ତିନି ରଥର ସମସ୍ତ ଚକ ଅଖ ଡେରା କାମ ସରିବା ପରେ ଆଜି କଣଗୁଜ ଖୋଦେଇ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଣଗୁଜ, ନାଟଗୋଡ ପାଇଁ ଭୋଇ ସେବକମାନେ ରଥଖଳାରେ କାଠ ପକାଇଛନ୍ତି। ତିନି ରଥ ପାଇଁ ୨୪ଟି କାଠ ପଡିଛି। ପ୍ରତି ରଥ ପାଇଁ ୮ଟି ଲେଖା ୧୨ ଫୁଟିଆ ଅସନ କାଠ ପଡିଛି। ଆଜି ଦଣ୍ଡା କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାରଣା ସେବକାମାନେ ଏହାର ଚଉପଟ କରିଛନ୍ତି। ବର୍ତ୍ତମାନ ତିନି ରଥର ୪୨ ଚକ ଓ ୨୧ ଅଖ ସଂଯୋଗ କାମ ଶେଷ ହୋଇଛି। ଏଥି ସହିତ ମୁହାଣ୍ଟ, ପାର୍ଶ୍ୱ ମୁହାଣ୍ଟ, ଚାରି ନାହାକା, ଜଳ ଯନ୍ତ୍ର, ଚଉଦ ନାହାକା ଖମ୍ବି କାମ ମଧ୍ୟ ଶେଷ ହୋଇଛି। ନାଟଗୋଡରେ କର୍ନ୍ଦପ ଖୋଦେଇ ହେବ ବୋଲି ଜଣାପଡିଛି। ସେପଟେ ଦୋଳବେଦିରେ ଗୟଳ ଚିରଟ ଓ କମାରଶାଳରେ ଗରଗରା କଣ୍ଟା ମଧ୍ୟ ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର