ଆର୍‌ଡିସି ଅନିଲ କୁମାର ସାମଲ ସିଏମ୍‌ସିର ପ୍ରଶାସକ

କଟକ: କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲଙ୍କୁ କଟକ ମହାନଗର ନିଗମର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୨୦୧୪, ଫେବ୍ରୁଆରି ୧୩ ତାରିଖରେ କଟକ ମହାନଗର ନିଗମ ନିର୍ବାଚିତ କାଉନ୍‌ସିଲର ପ୍ରଥମ ବୈଠକ ବସିଥିବା ବେଳେ ଆଜି ତା’ର କାର୍ଯ୍ୟକାଳ ଶେଷ ହୋଇଛି। ତେଣୁ ଆସନ୍ତାକାଲିଠାରୁ ପରବର୍ତ୍ତୀ ନିର୍ବାଚିତ କାଉନ୍‌ସିଲର ପ୍ରଥମ ବୈଠକ ବସିବା ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଆର୍‌ଡିସି ସିଏମ୍‌ସି ପ୍ରଶାସକ ଭାବେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଆର୍‌ଡିସିଙ୍କ ଦ୍ବାରା ସିଏମ୍‌ସିର ପ୍ରଶାସନିକ କାର୍ଯ୍ୟଧାରା ନିୟନ୍ତ୍ରିତ ହେବ। ଓଡ଼ିଶା ମ୍ୟୁନିସପାଲିଟି କର୍ପୋରେସନ ଆକ୍ଟ-୨୦୦୩ ଧାରା ୪୮ର ଉପଧାରା ୬ ଅନୁଯାୟୀ ମ୍ୟୁନିସପାଲିଟି ପ୍ରଶାସନ ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧିତ ଖବର