ନୂଆ ଭୋଟର ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଯୋଗ୍ୟତା ହାସଲ କରିଥିବା ଯୁବକ, ଯୁବତୀ ଏବଂ ଭିନ୍ନକ୍ଷମମାନଙ୍କ ନାମ ଭୋଟର ତାଲିକାରେ ଦରଜ ପାଇଁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲ୍ଲାପାଳମାନେ ଏ ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାମାସ ପ୍ରଥମ ସପ୍ତାହରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରଂଭ ହେବାକୁ ଯାଉଥିବାବେଳେ ରାଜ୍ୟର ନୂତନ ଯୁବ ଭୋଟରଙ୍କ ନାମ ଯେଭଳି ତାଲିକାରେ ସ୍ଥାନ ପାଇବ ତାହା ନିଶ୍ଚିତ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି।

ସମ୍ବନ୍ଧିତ ଖବର