‘ଆମ ଓଡ଼ିଶା’ ଦ୍ୱାରା ପ୍ରକାଶିତ ୨ଟି ପୁସ୍ତକ ପୁରସ୍କୃତ

ଭୁବନେଶ୍ୱର : ଗତ ୨୮ ତାରିଖରେ ଘୋଷିତ ହୋଇଥିବା ଓଡ଼ିଆ ସାହିତ୍ୟ ଏକାଡେମିର ୨୦୧୩ ଓ ୨୦୧୪ ମସିହାର ବିଭିନ୍ନ ପୁରସ୍କାର ମଧ୍ୟରେ ‘ଆମ ଓଡ଼ିଶା’ ଦ୍ୱାରା ପ୍ରକାଶିତ ଦୁଇଟି ପୁସ୍ତକ ରହିଛି। ୨୦୧୩ ମସିହା ପାଇଁ ଅନୁବାଦ ବିଭାଗରେ ପଞ୍ଜାବୀ ଲେଖକ ମନମୋହନ ସିଂହ ବାଓ୍ଵାଙ୍କ ମୂଳ ରଚନାର ଓଡ଼ିଆ ଅନୁବାଦ ‘ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକ ପାଇଁ ବିଜୟ କୁମାର ପ୍ରଧାନ ଓ ‘ଶିଶୁ ସାହିତ୍ୟ’ ବିଭାଗରେ ‘ନୀଳ ଠେକୁଆ’ ପୁସ୍ତକ ପାଇଁ ରବୀନ୍ଦ୍ର ନାଥ ମାଝୀ ପୁରସ୍କୃତ ହୋଇଛନ୍ତି। ଏ ଦୁଇଟି ପୁସ୍ତକ ‘ଆମ ଓଡ଼ିଶା’ ଦ୍ୱାରା ପ୍ରକାଶିତ ହୋଇ ବହୁଳ ଭାବରେ ଆଦୃତ ହୋଇଛି।

ଏଥିପୂର୍ବରୁ ‘ଆମ ଓଡ଼ିଶା’ ଦ୍ୱାରା ପ୍ରକାଶିତ ସୀତେଶ କୁମାର ତ୍ରିପାଠୀଙ୍କ ଅନୂଦିତ ପୁସ୍ତକ ‘ତେଜସ୍ୱିନୀ’ ମଧ୍ୟ ଅନୁବାଦ ବିଭାଗରେ ପୁରସ୍କୃତ ହୋଇଥିଲା। କେବଳ ସେତିକି ନୁହେଁ, ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମି ଦ୍ୱାରା ପୁରସ୍କୃତ ଅସିତ ମହାନ୍ତିଙ୍କ ଅନୂଦିତ ପୁସ୍ତକ ‘ବାପୁ-ମୋ’ ମାଆ’ ଓ ଦାଶ ବେନହୁରଙ୍କ ପିଲାଙ୍କ ପାଇଁ ପୁସ୍ତକ ‘କୁନାପାଇଁ ଅନାବନା ଗୀତ’ ମଧ୍ୟ ‘ଆମ ଓଡ଼ିଶା’ ଦ୍ୱାରା ପ୍ରକାଶିତ।

ସମ୍ବନ୍ଧିତ ଖବର