ସାଲେପୁର ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ : କାମ କରୁନି ବ୍ରେନ୍‌ ଷ୍ଟେମ୍‌, ଯନ୍ତ୍ରଣା ଓ ଆଲୋକର ପ୍ରଭାବ ନାହିଁ

କଟକ : ଏସ୍‌ସିବି ମେଡିକାଲ୍‌ ପେଡିଆଟ୍ରିକ୍‌ ଆଇସିୟୁରେ ଚିକିତ୍ସାଧିନ ଥିବା ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ଅବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେଉଛି। ପୀଡ଼ିତାଜଣକ ଏବେବି କୋମାରେ ଅଛନ୍ତି। ଆଜି ତାଙ୍କର ବ୍ରେନ୍‌ ଷ୍ଟେମ୍‌ କାମ କରିବା ବନ୍ଦ କରିଦେଇଛି। ଏଥିସହିତ ଚିମୁଟିଲେ ବି ତାଙ୍କୁ ଯନ୍ତ୍ରଣା ହେଉନାହିଁ। ଆଖି ଉପରେ ଆଲୋକର ପ୍ରଭାବ ମଧ୍ୟ ନଥିବା ଡାକ୍ତରୀ ଦଳ ଦେଖିବାକୁ ପାଇଛି। ପାଦତଳ ଗୁଡ଼ିକ ବଧିରା ହୋଇଗଲାଣି। ତେଣୁ ପରବର୍ତ୍ତୀ ସମୟ ରୋଗୀ ପାଇଁ ଅଧିକ ସଙ୍କଟାପନ୍ନ ହେବା ଆଶଙ୍କା କରାଯାଉଛି। ତଥାପି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ମେଡିକାଲ୍‌ ପକ୍ଷରୁ କୁହାଯାଇଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିବାକୁ ବାଚସ୍ପତି ପ୍ରଦୀପ ଅମାତ ଆଜି ସଂଧ୍ୟାରେଳ ଏସ୍‌ସିବି ମେଡିକାଲ୍‌କୁ ଆସିଥିଲେ। ଏଠାରେ ସେ ଉପସ୍ଥିତ ଡାକ୍ତରଙ୍କ ସହିତ ପୀଡ଼ିତାଙ୍କ ଚିକିତ୍ସା ଓ ସ୍ଥିତି ସଂକ୍ରାନ୍ତରେ ପଚାରିବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଥିଲେ।

ସମ୍ବନ୍ଧିତ ଖବର