ରକ୍ତଦାନ କ୍ଷେତ୍ରରେ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଲା ସମ୍ବାଦ-ଆମ ଓଡିଶା : ଏକ ବର୍ଷରେ ସଂଗ୍ରହ ହୋଇଛି ୬୮ ହଜାର ୩ଶହ ୭୨ ୟୁନିଟ୍ ରକ୍ତ !
ଭୁବନେଶ୍ୱର : ବିଦାୟୀ ବର୍ଷ ୨୦୧୮ ସମ୍ବାଦ-ଆମ ଓଡ଼ିଶାକୁ ଏକ ଚମତ୍କାର ଭେଟି ଦେଇଛି । ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ସମ୍ବାଦ-ଆମ ଓଡ଼ିଶା ଗତ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ନୂଆ ଏକ ରେକର୍ଡ ପ୍ରତିଷ୍ଠା କରିଛି। ଏ ବର୍ଷ ସମ୍ବାଦ-ଆମ ଓଡ଼ିଶା ମୋଟ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମ୍ବାଦ-ଆମ ଓଡ଼ିଶା ଶିବିର ସଂଖ୍ୟାରେ ୧୦,୦୦୦ ଓ ରକ୍ତ ସଂଗ୍ରହରେ ୫ ଲକ୍ଷ ୟୁନିଟ ଅତିକ୍ରମ କରିପାରିଛି । ଗତ ୧୩ ବର୍ଷ ମଧ୍ୟରେ ମୋଟ ୧୦୩୯୭ ଶିବିରରୁ ସଂଗ୍ରହ କରାଯାଇଛି ୫,୨୭,୦୭୫ ୟୁନିଟ ରକ୍ତ। ଏହା ଏକ ବିରଳ ଉପଲବ୍ଧି। ଏଥିପାଇଁ ସମ୍ବାଦ-ଆମ ଓଡ଼ିଶା ତରଫରୁ ସମସ୍ତ ସହକର୍ମୀ, ସଂଯୋଜକ, ଆୟୋଜକ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଓ ସର୍ବୋପରି ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ସାଦର କୃତଜ୍ଞତା ଓ ଆଗାମୀ ୨୦୧୯ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ସମ୍ବାଦ-ଆମ ଓଡ଼ିଶା ଗତ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ନୂଆ ଏକ ରେକର୍ଡ ପ୍ରତିଷ୍ଠା କରିଛି।