କଂଗ୍ରେସ ଛାଡ଼ିଲେ ସିଦ୍ଧେଶ୍ବରୀ ପ୍ରସାଦ

ଢେଙ୍କାନାଳ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଢେଙ୍କାନାଳର ପୂର୍ବତନ ବିଧାୟକ ପ୍ରାର୍ଥୀ ସିଦ୍ଧେଶ୍ବରୀ ପ୍ରସାଦ ମିଶ୍ର (ବାବି) ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ପିସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି। ୨୦୧୪ ନିର୍ବାଚନରେ କଂଗ୍ରେସରୁ ଢେଙ୍କାନାଳ ସଦର ବିଧାନସଭା ନିର୍ବାଚନ ମଣ୍ତଳୀ ପାଇଁ ପ୍ରାର୍ଥୀ ହୋଇ ସେ ୩୦ ହଜାର ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଜିଲ୍ଲାକୁ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ଆସୁଥିବା ଦଳୀୟ ପର୍ଯ୍ୟବେକ୍ଷକମାନେ ତାଙ୍କର ପରାମର୍ଶ ନ ନେବା, ତାଙ୍କ ସହ କୌଣସି ଆଲୋଚନା ନକରିବା ଏବଂ ସର୍ବୋପରି ତାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରାଯାଉଥିବାରୁ ଏହାର ପ୍ରତିବାଦରେ ସେ ଦଳରୁ ଇସ୍ତଫା ଦେଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ତେବେ ସେ କେଉଁ ଦଳରେ ଯୋଗଦେବେ ତାହା ଆଗାମୀ ଦିନେ, ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର