ସମ୍ବଲପୁର : ମଙ୍ଗଳବାର ଦିନ ହୀରାକୁଦ ଜଳଭଣ୍ଡାରରୁ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ବେଳେ ବୁଧବାର ୩ଟି ଗେଟ୍କୁ ବନ୍ଦ କରିଦିଆଯାଇଛି। ଏବେ ୧୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨,୫୯,୧୬୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଏହାର ଜଳସ୍ତର ୬୧୪.୪୭ ଫୁଟ ରହିଛି। ଜଳଭଣ୍ଡାରର ଜଳସ୍ତର ୬୦୯ ଫୁଟକୁ ହ୍ରାସ ପାଇବା ପର୍ଯ୍ୟନ୍ତ ଗେଟ୍ଗୁଡ଼ିକ ଖୋଲାରହିବ ବୋଲି ସୂଚନା ମିଳିଛି।