ଚୌଦ୍ୱାର-ଗୁରୁଡିଝାଟିଆ : ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚୌଦ୍ୱାର ଜେଲ୍ ଉପରେ ଆଜି ସକାଳୁ ଚଢଉ କରାଯାଇଛି। ଭିଜିଲାନ୍ସ ଇନ୍ସପେକ୍ଟର ତପନ କୁମାର ଦାସ ଓ ଅନିରୁଦ୍ଧ ନାୟକଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ଏହି ଚଢଉରେ ସାମିଲ ହୋଇଥିଲେ। ଗତ କିଛିଦିନ ତଳେ ଭଦ୍ରକ ଜେଲର ସୁନାରାମ ସିଂ ଜଣେ ଜେଲ୍ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ତାଙ୍କୁ ଭଦ୍ରକରୁ ଚୌଦ୍ୱାର ଜେଲ ଡିଆଇଜିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ଏ ସଂକ୍ରାନ୍ତରେ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ଚୌଦ୍ୱାର ଜେଲ୍ରେ ଚଢଉ କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସକାଳ ପ୍ରାୟ ୫ଟା ସମୟରେ ଏହି ୮ଜଣିଆ ଦଳ ଚଢଉ କରିବାକୁ ଯାଇ ପ୍ରଥମେ ସୁନାରାମ ରହୁଥିବା କ୍ୱାର୍ଟରକୁ ଯାଇଥିଲେ । ସେଠାରେ ତାଲା ପଡିଥିବାରୁ ଭିଜିଲାନ୍ସ କର୍ତ୍ତୃପକ୍ଷ ତାଲାକୁ ଜଉମୁଦ ଦେଇ ସିଲ୍ କରିଦେଇଥିଲେ । ପରେ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରୁ ବିଫଳ ହୋଇ ଫେରିଥିଲେ । ଦୀର୍ଘ ବର୍ଷ ହେଲା ଡିଆଇଜିଙ୍କ ଏହି କାର୍ଯ୍ୟାଳୟ ବିରାଟ ବଜାର ନିକଟରେ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇ ନପାରି ବନ୍ଦ ହୋଇପଡିଛି। ପରେ ଜେଲ ମଧ୍ୟରେ ଏହି ଟିମ୍ ଡିଆଇଜିଙ୍କ ଅଫିସର କାଗଜପତ୍ର ତନଖି କରି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେମାନେ ଫେରିଯାଇଥିଲେ । ଜେଲ ଅଧୀକ୍ଷକ ନିରଂଜନ ଦାଶ ଚଢଉ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।