ସ୍ମିତାରାଣୀଙ୍କ ମାମଲାକୁ ନେଇ ରାଜଧାନୀରେ ତାତି

ଯାଜପୁର ଏସପିଙ୍କୁ ବିବାଦକୁ ଟାଣିଲା ବିଜେପି
ବିଜେଡି ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ନେତା
ପୁଲିସ ମହାନିର୍ଦେଶକଙ୍କୁ ଫେରାଦ ହେଲେ ଛାମୁଆ
ବିଜେଡିର ଜବାବ: ହୀନ ରାଜନୀତି କରୁଛି ବିଜେପି

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ହତ୍ୟା ପ୍ରସଙ୍ଗକୁ ନେଇ ଆସନ୍ତାକାଲି ବିଜେପି ଯାଜପୁର ବନ୍ଦ ଡାକରା ଦେଇଛି। ଆଜି କିନ୍ତୁ ଏହି ପ୍ରସଙ୍ଗକୁ ନେଇ ରାଜଧାନୀରେ ତାତି ଦେଖିବାକୁ ମିଳିଛି। ଉଭୟ ବିଜେପି-ବିଜେଡି ମୁହାଁମୁହିଁ େହାଇଛନ୍ତି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ପୁଲିସ ମହାନିର୍ଦେଶକ ଓ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇ େଫରାଦ ହେବା ସହିତ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ବିଜେଡି ପାଲଟା ଜବାବ ଦେଇଛି। ବିଜେଡି କହିଛି ଯେ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ବିଜେପି ହୀନ ରାଜନୀତି କରୁଛି।

ଆଜି ବିେଜପିର ଏକ ପ୍ରତିନିଧି ଦଳ ପୁଲିସ ମହାନିର୍ଦେଶକଙ୍କୁ େଭଟି ଏସପି ଚରଣସିଂହ ମୀନାଙ୍କ ବିେରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦଳ କହିଛି ଯେ ଯାଜପୁର ଏସପି ସ୍ମିତାଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି। େଗାଟିଏ ଜଘନ୍ୟ ଅପରାଧ ମାମଲାରେ ତଦନ୍ତ ଚାଲୁଥିବା ସମୟରେ ତଦନ୍ତ ରିେପାର୍ଟ ବା ଚାର୍ଜସିଟ୍ ଦାଖଲ ହେବା ପୂର୍ବରୁ ଏସପି ଏକ ପ୍ରେସ ବିବୃତିରେ ଏହାକୁ ଆତ୍ମହତ୍ୟା ରୂପ ଦେବା ଭଳି ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଛନ୍ତି। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ୍ ନାଣ୍ଡୁକୁ ଖସାଇଦେବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡର ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ମିଥ୍ୟା ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି। ଏଣୁ ଏସପିଙ୍କ ବିେରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ େନବା ଲାଗି ବିଜେପି ଉପସଭାପତି ସମୀର ମହାନ୍ତିଙ୍କ େନତୃତ୍ବରେ ଯାଇଥିବା ଏକ ପ୍ରତିନିଧି ଦଳ ଦାବି କରିଛନ୍ତି।

ବିଜେପି କହିଛି ଯେ ଏସ୍‌ପି କେମିତି ଜାଣିଲେ େଯ ସ୍ମିତାଙ୍କର ରୂପେଶଙ୍କ ସହିତ ଅନୈତିକ ସଂପର୍କ ରହିଛି? ଜଣେ ମହିଳା ମରିସାରିବା ପରେ ତାଙ୍କ ଚରିତ୍ର ହନନ କରି ତାଙ୍କର ପରିବାର ଓ ୪ବର୍ଷ ଶିଶୁ କନ୍ୟାର ମାନବାଧିକାରକୁ ଉଲ୍ଲଂଘନ କରାଯାଇଛି। ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା ସାମିଲ ଥିଲେ।

ପରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଓ ଶାସନ ତନ୍ତ୍ରକୁ କଠୋର ସମାଲୋଚନା କରିଛନ୍ତି। ଲେଖାଶ୍ରୀ ଦଳୀୟ କାର୍ଯ୍ୟାଳୟରେ ଗଣମାଧ୍ୟମକୁ କହିଛନ୍ତି ଯେ ସ୍ମିତାରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟାସ୍ଥଳୀ ଅର୍ଥାତ୍ େଗଷ୍ଟହାଉସରେ ମୁଖ୍ୟ ଅଭିଯୁକ୍ତ ରୂପେଶଙ୍କ ବ୍ୟତୀତ ୨ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ, ରାମକୋ ସିମେଣ୍ଟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ହେଲେ ଅନ୍ୟ ୪ଜଣଙ୍କୁ କାହିଁକି ଗିରଫ କରାଗଲା ନାହିଁ, ତାହା ବୁଝାପଡୁନାହିଁ। ମୃତକ ସ୍ମିତାରାଣୀଙ୍କ ସ୍ବାମୀ ଓ ପରିବାର େଲାକଙ୍କୁ ଯାଜପୁର ପୁଲିସ ନିର୍ଯାତନା େଦଇଛି। ଏହି ଘଟଣା ସହିତ ତୃତୀୟ ମହଲା, ଜିଲ୍ଲା ପ୍ରଶାସନ ଓ ବିେଜଡି ସହିତ ରାମକୋ ଅଧିକାରୀଙ୍କର କି ସଂପର୍କ ରହିଛି, ତାହାକୁ ପ୍ରକାଶ କରିବା ଦରକାର। ପୁଣି ଅନ୍ୟ ଅଭିଯୁକ୍ତଙ୍କୁ ଜେରା ନ କରି ସ୍ମିତାଙ୍କ ସ୍ବାମୀଙ୍କୁ ଜେରା କରାଯିବା ପଛର ରହସ୍ୟ କଣ? େଯଉଁ େଗଷ୍ଟ ହାଉସରେ ଏଭଳି ହତ୍ୟାକାଣ୍ଡ ଘଟିଛି ସେ ଘରକୁ ପୁଲିସ ସିଲ୍ କରିନାହିଁ କିମ୍ବା ବ୍ୟବହୃତ ସ୍କୋର୍ପିଓ ଗାଡିକୁ ବି। କେଉଁ ପରିସ୍ଥିତିରେ ରାମକୋ ଅଧିକାରୀ ସେଠାକୁ ଯାଇଥିଲେ, ତାହା ମଧ୍ୟ ପ୍ରମାଣ ହେବା ଦରକାର। ବିେଜଡି ଓ ରାମକୋ ମଧ୍ୟରେ ଥିବା ମଧୁର ସଂପର୍କର ମଧ୍ୟ ପର୍ଦାଫାସ ହେବା ଦରକାର େବାଲି ବିଜେପି ଦାବି କରିଛି।

ଅନ୍ୟପଟରେ ସ୍ମିତା ମୃତ୍ୟୁ ଘଟଣାରେ ବିଜେପି ହୀନ ରାଜନୀତି କରୁଛି େବାଲି ବିଜେଡି ପାଲଟା ଜବାବ ଦେଇଛି। ଆଜି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ ପୁଲିସ ଏହି ଘଟଣାରେ ରୂପେଶ ଭଦ୍ରଙ୍କୁ ବାନ୍ଧି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଏଭଳିସ୍ଥଳେ ବିଜେପି ରାଜନୈତିକ ଅଭିସନ୍ଧି ରଖି ଏଥିରେ ବିଜେଡି େନତାମାନଙ୍କୁ େଯାଡିବାକୁ ଉଦ୍ୟମ କରୁଛି। ଏପରିକି ଗିରଫ େହାଇଥିବା ସରପଞ୍ଚଙ୍କ ସ୍ବାମୀ ସହିତ କିଛି ବିଜେଡି ନେତାଙ୍କ ଫଟୋ ଦେଖାଇଛନ୍ତି। ହେଲେ ରୂପେଶଙ୍କ ସହିତ ବିଜେପିର କିଛି ବରିଷ୍ଠ ନେତାଙ୍କ ମାଳ ମାଳ ଫଟୋ ମଧ୍ୟ ପଦାକୁ ଆସିଛି। ଏହି ମାମଲାରେ ବିଜେପି ନେତାମାନେ ଜଡିତ କି େବାଲି ଶ୍ରୀମତୀ ଦେଓ ପ୍ରଶ୍ନ କରିଛନ୍ତି।

ବିଜେଡି ଆହୁରି କହିଛି, ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ତଦନ୍ତ ଜାରି ରହିଛି। ଇତିମଧ୍ୟରେ ମାମଲାରେ ଜଡିତ ଅଭିେଯାଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ େହାଇଛନ୍ତି। ରାଜ୍ୟ ସରକାର ମାମଲାକୁ ଗୁରୁତ୍ବର ସହ ନେଇ ତଦନ୍ତକୁ ଜୋରଦାର କରିବାକୁ ନିର୍ଦେଶ ଦେଇଛନ୍ତି। ତେଣୁ ତଦନ୍ତ ସରିବା ଯାଏ ବିେରାଧୀ ଦଳ ଅପେକ୍ଷା କରିବା ଉଚିତ୍ େବାଲି ବିଜେଡି କହିଛି।

ଶ୍ରୀମତୀ ଦେଓ କହିଛନ୍ତି, ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ମାମଲାକୁ ଅଧିକ ଗୋଳିଆ କରାଯାଉଛି। ଏଥିଯୋଗୁ ତଦନ୍ତ ବାଟବଣା ଆଶଙ୍କା ରହିଛି। ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଅତ୍ୟନ୍ତ ସ୍ପର୍ଶକାତର ଘଟଣା େହାଇଥିବା ଓ ଆତ୍ମୀୟଙ୍କୁ ହରାଇ ତାଙ୍କର ପରିବାର ଅତ୍ୟନ୍ତ ମାନସିକ ଚାପରେ ଥିବା େଯାଗୁଁ ଦଳ ମତ ନିର୍ବିେଶଷରେ ସମସ୍ତେ ଏହି ତଦନ୍ତରେ ସହାୟତା କରିବା ଦରକାର। କିନ୍ତୁ ଏହା ନ କରି ବିଜେପି େଯଭଳି ରାଜନୈତିକ ସ୍ବାର୍ଥ ସାଧନ ଲାଗି ବିବୃତିମାନ ଜାରି କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ।

ସମ୍ବନ୍ଧିତ ଖବର