ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ଆନ୍ତର୍ଜାତିକ ହୋମିଓପାଥି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ୫ ତାରିଖରେ ଆରମ୍ଭ ହୋଇଥିବା ୪ ଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ଶ୍ରୀମତୀ ଏଲା ଗାନ୍ଧୀ। ଏହି ଅବସରରେ ଆୟୋଜିତ ବିଶ୍ୱସ୍ତରୀୟ ଗବେଷଣାମୂଳକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ଟି ଦେଶର ପ୍ରତିନିଧି ଭାଗ ନେଇଥିଲେ। ଓଡ଼ିଶାରୁ ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦ ଦୁଇଟି ଗବେଷଣାମୂଳକ ସନ୍ଦର୍ଭ ପାଠ କରିଥିଲେ। ଆଧୁନିକ ଜୀବନଶୈଳୀ ଯୋଗୁଁ ସୃଷ୍ଟି ରୋଗ ପାଇଁ ହୋମିଓପାଥିର ଉପକାରିତା ସଂପର୍କରେ ପ୍ରଫେସର ନନ୍ଦ ସ୍ୱତନ୍ତ୍ର ରିପୋର୍ଟ ଉପସ୍ଥାପନ କରିଥିଲେ।