ନୂଆଦିଲ୍ଲୀ : ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ଗତ ଏପ୍ରିଲ୍ ମାସରେ ବିକ୍ରିରେ ଗତ ବର୍ଷ ତୁଳନାରେ ୧୬.୫ ପ୍ରତିଶତ ଅଭିବୃଦ୍ଧି ହାସଲ ସହିତ ୬୯୪୦୨୨ ୟୁନିଟ୍ ଯାନ ବିକ୍ରି କରିବାକୁ ସକ୍ଷମ ହାଇଛି। ଗତ ୨୦୧୭ ବର୍ଷରେ ଏହି ସମୟରେ କମ୍ପାନୀ ମୋଟ ୫୯୫୭୦୬ୟୁନିଟ୍ ଯାନ ବିକ୍ରି କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏପ୍ରିଲ୍ରେ କମ୍ପାନୀ ବିକ୍ରି ପରବର୍ତ୍ତୀ ସେବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। କମ୍ପାନୀ ଇ-କମର୍ସ ପୋର୍ଟାଲ ରେ ହିରୋ ଜେନୁଇନ୍ ପାର୍ଟସ୍ ଏବଂ ଆସେସୋରିଜ୍ ଦେଶବ୍ୟାପି ଉପଲବ୍ଧ କରାଇବାକୁ ସକ୍ଷମ ହେଉଛି। ଗତ ମାର୍ଚ୍ଚରେ କମ୍ପାନୀ ୭୩୦୪୭୩ ୟୁନିଟ୍ ଗାଡି ବିକ୍ରି କରିଥିଲା। ପ୍ରଥମ ଦୁଇଚକିଆ ଯାନ କମ୍ପାନୀ ଭାବେ ୨୦୧୭ ସେପ୍ଟେମ୍ବରରେ ଏହାର ବିକ୍ରି ୭ ଲକ୍ଷ ୟୁନିଟ୍ ଟପିଥିଲା। ଏହି ମାସରେ କମ୍ପାନୀ ୭୨୦,୯୩୯ ଦୁଇଚକିଆ ଯାନ ବିକ୍ରି କରିଥିଲା। ଚଳିତ ବର୍ଷ ମୌସୁମୀ ସାଧାରଣ ହେବ ବୋଲି ଅନୁମାନ କରାଯାଉଛି। କମ୍ପାନୀ କେତେକ ନୂଆ ଉତ୍ପାଦ ଆଣିବାର ଯୋଜନା ରଖିଛି। ଆସ‘ା ମାସ ଗୁଡ଼ିକରେ ହିରୋମୋଟୋ କର୍ପ ଏହାର ଅଭିବୃଦ୍ଧି ହାର ଜାରି ରଖିବା ପାଇଁ ଆଶାବାଦୀ।