ରାଜନଗର : ଦଶହରାରେ ଶ୍ବଶୁର ଘରକୁ ବୁଲି ଆସିଥିବା ଜ୍ବାଇଁଙ୍କୁ ହତ୍ୟା କରାଯାଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଶାଶୂ ଶ୍ବଶୁରଙ୍କୁ ଥାନାରେ ଅଟକ ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ମହାକାଳପଡା ବ୍ଲକ ରତନପୁର ଗାଁର ଶ୍ରୀଧର ସେଠୀ(୨୦) ରାଜନଗର ଗାଁରେ ଥିିବା ଶ୍ବଶୁର ଘରକୁ ୧୭ ତାରିଖ ଦିନ ବୁଲିବାକୁ ଆସିଥିଲେ। ମାତ୍ର ୧୮ ତାରିଖ ନବମୀ ଦିନ ତାଙ୍କର ମୃତ୍ୟୁ ଘଟିଛି। ମା’ ଲୋଚନା ସେଠୀଙ୍କ ଅଭିଯୋଗ ମୁତାବକ ଶ୍ରୀଧରଙ୍କ ଶ୍ବଶୁର ଅଭିମନ୍ୟୁ ସେଠୀ, ଶାଶୂ ଉର୍ବଶୀ ସେଠୀ, ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ଶ୍ରୀଧରଙ୍କୁୁ ହତ୍ୟା କରିଛନ୍ତି। ତାଙ୍କ ମୁଣ୍ତ ଓ ବେକରେ ମାଡ ଚିହ୍ନ ରହିଛି। ଖବରପାଇ ସେ ସେଠାରେ ପହଞ୍ଚି ମୁମୂର୍ଷୁ ଅବସ୍ଥାରେ ପୁଅକୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ଶ୍ରୀଧରଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଲୋଚନା ଅଭିଯୋଗ କରିଛନ୍ତି। ଏ ସ˚ପର୍କରେ ରାଜନଗର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା (୧୭୮/୧୮)ରୁଜୁ କରାଯାଇଛି। ମୃତ ଶ୍ରୀଧରଙ୍କ ଶାଶୂ ଓ ଶ୍ବଶୁରଙ୍କୁ ଅଟକ ରଖି ଜେରା କରାଯାଉଛି।