ଡାନିଶ ସ୍ପର୍ମ ବ୍ୟାଙ୍କର ନୂଆ ଅଫର : ସୁନ୍ଦର ଶିଶୁ ପାଇଁ ଦମ୍ପତିମାନଙ୍କୁ ପ୍ରଥମେ ସ୍ପର୍ମ ଡୋନରଙ୍କ ଫଟୋ ଦେଖାଇବ ସ୍ପର୍ମ ବ୍ୟାଙ୍କ
ନୂଆଦିଲ୍ଲୀ : ଦୁନିଆରେ ଏମିତି ଅନେକ ଦମ୍ପତି ଅଛନ୍ତି ଯେଉଁମାନଙ୍କୁ ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିବା ପାଇଁ ସ୍ପର୍ମ ଡୋନରଙ୍କ ସାହାଯ୍ୟ ଲୋଡ଼ା ହୋଇଥାଏ । ସେମାନଙ୍କୁ ଏହି ସାହାଯ୍ୟ ଯୋଗାଇ ଦେଇଥାଏ ଇଣ୍ଟରନ୍ୟାସ୍ନାଲ ସ୍ପର୍ମ ଏବଂ ଏଗ୍ ବ୍ୟାଙ୍କ ‘କ୍ରାୟୋସ୍’ । କ୍ରାୟୋସ ତରଫରୁ ବହୁ ଦମ୍ପତିଙ୍କୁ ସ୍ପର୍ମ ଦିଆ ଯାଇ ସେମାନଙ୍କୁ ମାତା-ପିତାର ସୌଭାଗ୍ୟ ଦିଆ ଯାଇ ସାରିଥିବା ବେଳେ ଏବେ କ୍ରାୟୋସ୍ ନିଜ ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆଣିଥିବା ଜଣାପଡ଼ିଛି । ଏବେ ସୁନ୍ଦର ଶିଶୁ ଚାହୁଁଥିବା ଦମ୍ପତିମାନେ ସ୍ପର୍ମ ନେବା ପୂର୍ବରୁ ଡୋନରଙ୍କ ଫଟୋ ଦେଖି ଚୟନ କରି ପାରିବେ ବୋଲି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୁନ୍ଦର ଶିଶୁ ପାଇଁ ସବୁଠାରୁ ସୁନ୍ଦର ସ୍ପର୍ମ ଡୋନରଙ୍କୁ ବାଛିବାର ଅଧିକାର ଏବେ ଦମ୍ପତିମାନଙ୍କୁ ମିଳିବ ବୋଲି ଜଣା ପଡ଼ିଛି । ଏ ନେଇ କ୍ରାୟୋସ୍ର େଓ୍ଵବ୍ସାଇଟ୍ରେ ଡୋନରମାନଙ୍କର ଫଟୋ ଦିଆଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଫଟୋ ଛାଡ଼ିବା ପରେ େଓ୍ଵବ୍ସାଇଟ୍କୁ ଅଧିକରୁ ଅଧିକ ଲୋକ ଆସୁଛନ୍ତି । ଯାହା ଦ୍ୱାରା କମ୍ପାନୀକୁ ଅଧିକରୁ ଅଧିକ ଲାଭ ମିଳୁଛି ।