ଆସନ୍ତାବର୍ଷ ବିଳମ୍ବରେ ପଡୁଛି ନବରାତ୍ରୀ, ଜାଣନ୍ତୁ ବିଜୟା ଦଶମୀ କେବେ ପାଳନ ହେବ
ନୂଆଦିଲ୍ଲୀ: ଚଳିତବର୍ଷର ଶାରଦୀୟ ନବରାତ୍ରୀ ଶେଷ ହୋଇଛି। ହିନ୍ଦୁ କ୍ୟାଲେଣ୍ଡର୍ ଅନୁସାରେ ଆଶ୍ୱିନ ମାସର ଶୁକ୍ଳପକ୍ଷର ପ୍ରତିପଦ ତିଥିରୁ ନବରାତ୍ରୀ ଆରମ୍ଭ ହୋଇ ନଅ ଧିନ ଧରି ଚାଲେ। ଚଳିତଥର ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ନବରାତ୍ରୀ ପାଳନ କରିଥିଲେ। ନବରାତ୍ରର ପରଦିନକୁ ସାରା ଦେଶ ବଡ଼ ଦଶମୀ ବା ବିଜୟା ଦଶମୀ ଭାବେ ପାଳନ କରିଥାଏ। ତେବେ, ଚାଲନ୍ତୁ ଜାଣିବା ଆସନ୍ତା ବର୍ଷ, ଅର୍ଥାତ ୨୦୨୦ ମସିହାରେ କେଉଁ ତାରିଖରେ କ’ଣ ସବୁ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ବର୍ଷ ଅକ୍ଟୋବର ୧୭ ତାରିଖରେ ନବରାତ୍ରୀ ଆରମ୍ଭ ହେବ। ଆରବର୍ଷ ଦୋମାସୀ ପଡୁଥିବା ହେତୁ ଟିକେ ବିଳମ୍ବରେ ପଡୁଛି ନବରାତ୍ରୀ। କେହି କେହି ଏହି ମାସକୁ ପୁରୁଷୋତ୍ତମ ମାସ ଭାବେ ବି ଜାଣନ୍ତିି। ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୨୪ରେ ନବରାତ୍ରୀ ଶେଷ ହେବ। ଅକ୍ଟୋବର ୨୫ରେ ପଡ଼ିବ ବିଜୟା ଦଶମୀ।