ମୋଦୀ ସରକାରଙ୍କ ଅଧିନରେ ନିର୍ବାଚନ ପୂର୍ବରୁ ସବୁବେଳେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥାଏ: କଂଗ୍ରେସ
ନୂଆଦିଲ୍ଲୀ : ଅକ୍ଟୋରବ ୨୧ରେ ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାର ଗୋଟେ ଦିନ ପୂର୍ବରୁ ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ବେଳେ ପ୍ରାୟ ୨୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡ଼ିଛି । ଏହା ସହ ୬-୧୦ଜଣ ପାକ୍ ସେନା ଯବାନ ନିହତ ହେବା ଖବର ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ୍ ସ୍ପଷ୍ଟ କରି ସାରିଛନ୍ତି । ଏଭଳି ପରିସ୍ଥିତିକୁ ଦେଖି କଂଗ୍ରେସ ଏବେ ମୋଦୀ ସରକାରକୁ କଟାକ୍ଷ କରିଥିବା ଦେଖାଯାଇଛି । ମୋଦୀ ସରକାରଙ୍କ ଅଧିନରେ ସବୁବେଳେ ନିର୍ବାଚନ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଏ ବୋଲି କହିଛି କଂଗ୍ରେସ । ଏହା ସହ ମୋଦୀ ସରକାର ଏବେ ପ୍ରକୃତ ବିଷୟ ଉପରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀରରେ କରିଥିବା ଆକ୍ରମଣକୁ ନେଇ ରାଜନୀତି କରିବେ ବୋଲି କଂଗ୍ରେସ କହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
Congress’ Akhilesh Singh on Indian Army used artillery guns to target terrorist camps in PoK: Under Modi ji’s govt, whenever there’s election in a big state,pattern of surgical strike is formed. Now,politics will be done on surgical strike to divert attention from real issues pic.twitter.com/5pH1oK0lX4
— ANI (@ANI) October 20, 2019
କଂଗ୍ରେସ ନେତା ଅଖିଳେଶ ସିଂହ ଏଭଳି ମତ ରଖି କହିଛନ୍ତି କି, ଯେତେବେଳେ କୌଣସି ବଡ଼ ରାଜ୍ୟରେ ନିର୍ବାଚନ ହେବାକୁ ଥାଏ, ସେତେବେଳେ ଗୋଟେ ପ୍ରକାରର ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥାଏ । ଆଜି ପାକ୍ ଅଧିକୃତ କଶ୍ମୀରରେ ଭାରତୀୟ ସେନା ଆକ୍ରମଣ କରିବା ପରେ ମୋଦୀ ସରକାର ଏହାକୁ ନେଇ ରାଜନୀତି କରିବ । ଅସଲ ବିଷୟ ଉପରୁ ଧ୍ୟାନ ହଟାଇବା ପାଇଁ ବିଜେପି ସରକାର ଏଭଳି କରିବେ । ତେବେ ଅଖିଳେଶଙ୍କ ଏଭଳି କଥାକୁ ଭିତ୍ତିହୀନ ବୋଲି କହିବା ସହ ଦୁଇଟି ଘଟଣାରେ କୌଣସି ସାମଞ୍ଜ୍ୟସ ନଥିବା ସ୍ପଷ୍ଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶାହନବାଜ ହୁସେନ ।