ସାବରିମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ଭଗବାନ ଅୟାପ୍ପାଙ୍କ ଭକ୍ତ ଦେଲେ କଡ଼ା ଟିପ୍ପଣୀ: ସୁପ୍ରିମକୋର୍ଟ ଭଗବାନଙ୍କଠାରୁ ବଡ଼ ନୁହନ୍ତି
ସାବରିମାଳା: ଶନିବାର କେରଳର ପ୍ରସିଦ୍ଧ ଶାବରିମାଳା ମନ୍ଦିର ଦୁଇ ମାସ ପାଇଁ ଖୋଲିଥିବା ବେଳେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ଖୋଲା ଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ପହଞ୍ଚିଥିଲେ। କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅନେକ ରାଜ୍ୟରୁ ଲୋକେ ଯାଇ ଦର୍ଶନ ପାଇଁ ପହଞ୍ଚିଥିବା ଦେଖାଯାଇଥିଲା। ତେବେ ମନ୍ଦିର ଖୋଲା ହେବା ପୂର୍ବରୁ ଆନ୍ଧ୍ରପ୍ରଦେଶର ୧୦ଜଣ ମହିଳା ପହଞ୍ଚି ଯାଇଥିବାରୁ ସେମାନଙ୍କୁ କେରଳ ପୁଲିସ ଫେରାଇ ଦେଇଥିବା ଜଣା ପଡ଼ିଛି। ମହିଳାମାନଙ୍କ ବୟସ ୧୦-୫୦ ବର୍ଷ ଥିବା ଜଣା ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନଭେମ୍ବର ୧୪ରେ ସୁପ୍ରିମକୋର୍ଟ ମନ୍ଦିରର ଗର୍ଭଗୃହକୁ ମହିଳାଙ୍କ ପ୍ରବେଶକୁ ନେଇ ରାୟ ଶୁଣାଇଥିଲେ। ଯେଉଁଥିରେ କୁହାଯାଇଥିଲା କି, ସବୁ ବୟସର ମହିଳାମାନେ ମନ୍ଦିରକୁ ପ୍ରବେଶ କରି ପାରିବେ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ୧୦ଜଣ ମହିଳାଙ୍କୁ ଫେରାଇ ଦିଆଯିବ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୁପ୍ରିମକୋର୍ଟଙ୍କ ରାୟ ଉପରେ ଜଣେ ଅୟାପ୍ପା ଭକ୍ତ ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି, ମହିଳାମାନେ ମନ୍ଦିର ଭିତରକୁ ଯିବା ଉଚିତ୍ ନୁହେଁ। ସୁପ୍ରିମକୋର୍ଟ ଭଗବାନଙ୍କଠାରୁ ବଡ଼ ନୁହନ୍ତି। ସେ ଏଭଳି ନିଷ୍ପତ୍ତି ଶୁଣାଇ ପାରିବେ ନାହିଁ।