ମହାମାରୀରେ ଜୀବିକା ହରାଇଥିଲେ ୨୩ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ: ମହାମାରୀ ସମୟ‌ରେ ଦେଶରେ ୨୩ ଲକ୍ଷ ଶ୍ରମିକ ଜୀବିକା ହରାଇଥିଲେ। ସେମାନେ ୯ଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ସେହି କ୍ଷେତ୍ରଗୁଡ଼ିକ ହେଉଛି ମାନୁଫାକ୍‌ଚରିଂ, ନିର୍ମାଣ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ରହଣୀ ଓ ରେସ୍ତୋରାଁ, ଆଇଟି/ବିପିଓ ଏବଂ ଆର୍ଥିକ ସେବା। ଆଜି ସଂସଦରେ ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ସୂଚନା ଦେଇଛନ୍ତି। ସେ ରାଜ୍ୟସଭାରେ କହିଛନ୍ତି ଯେ ୨୦୨୦ ମାର୍ଚ୍ଚ ୨୫ ପୂର୍ବରୁ କରାଯାଇଥିବା ସର୍ଭେରେ ବିଭିନ୍ନ ସଂସ୍ଥାରେ ୩୦.୭ ନିୟୁତ ଶ୍ରମିକ କାର୍ଯ୍ୟ କରୁଥିବା ନେଇ ପଞ୍ଜୀକରଣ କରିଥିଲେ। ୨୦୨୦ ଜୁଲାଇ ୧ ସୁଦ୍ଧା ସେମାନଙ୍କ ସଂଖ୍ୟା ୨୮.୪ ନିୟୁତକୁ ହ୍ରାସ ପାଇଥିଲା। ଅର୍ଥାତ ୨୩ ଲକ୍ଷ ଶ୍ରମିକ ଜୀବିକା ହରାଇଥିଲେ ବୋଲି କୁହାଯାଇପାରିବ। ଆଲୋଚ୍ୟ ସମୟରେ ପୁରୁଷ ଶ୍ରମିକଙ୍କ ସଂଖ୍ୟା ୨୧.୭ ନିୟୁତରୁ ୨୦.୧ ନିୟୁତକୁ ଓ ମହିଳା ଶ୍ରମିକଙ୍କ ସଂଖ୍ୟା ୯ ନିୟୁତରୁ ୮.୩ ନିୟୁତକୁ ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର