ପ୍ରଥମ ଭାରତୀୟ ପୋର୍ଟ ଭାବେ ରେକର୍ଡ ୨୦୦ ନିୟୁତ ଟନ ମାଲ ପରିବହନ କଲା ଆଦାନୀ

ମୁମ୍ବାଇ – ପ୍ରଥମ ଭାରତୀୟ ପୋର୍ଟ ଭାବେ ରେକର୍ଡ ୨୦୦ ନିୟୁତ ଟନ ମାଲ ପରିବହନ କଲା ଆଦାନୀ ପୋର୍ଟସ ଏଣ୍ଡ ସ୍ପେଶାଲ ଇକୋନୋମିକ ଜୋନ (ଏପିଏସ୍ଇଜେଡ଼) । ୧୨ ବର୍ଷ ମଧ୍ୟରେ ଏହା ୫୦ ନିୟୁତ ମେଟ୍ରିକ୍ ଟନ୍ ପରିବହନ କରିବା ସହିତ ୨୦୧୩-୧୪ ସୁଦ୍ଧା ୩ ବର୍ଷ ମଧ୍ୟରେ ୧୦୦ ଏମ୍ଏମ୍ଟି ଲକ୍ଷ୍ୟ ହାସଲ ସହିତ ୫ ବର୍ଷ ମଧ୍ୟରେ ୨୦୦ ନିୟୁତ ଟନ ଲକ୍ଷ୍ୟ ଅତିକ୍ରମ କରିପାରିଛି । ଏହାର ମାର୍କେଟ୍ ଶେୟାର ୬ ଗୁଣା ବୃଦ୍ଧି ପାଇ ୧୭%  ହୋଇଛି । ଏହା ୧୦୦,୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହୋଇଛି । ଏହା ସହିତ ୨୫,୦୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ଉପଲବ୍ଧ କରାଇବାକୁ ସକ୍ଷମ ହୋଇପାରିଛି । ଭାରତର ପୂର୍ବ ଏବଂ ପଶ୍ଚିମ କ୍ଷେତ୍ରର ୯ଟି ପୋର୍ଟରେ ମାର୍ଚ୍ଚ ୨୧ ଗୁରୁବାର ସୁଦ୍ଧା ଏହାର ଜାହାକ ସଂଖ୍ୟା ୨୪ରୁ ଅଧିକ ରହିଛି । ୨୦୦୧ରୁ ଏହାର କାରବାର ଆରମ୍ଭ କରିଥିବା ଆଦାନୀ ପୋର୍ଟ ମାତ୍ର ୨୦ ବର୍ଷ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର