ବଜାଜ୍‌ ଆଲିଆଞ୍ଜ ଲାଇଫ୍‌ ଓ ଇଏସ୍‌ଏଏଫ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ଜୀବନ ବୀମା ପ୍ରଦାନକାରୀ ବଜାଜ ୍ଆଲିଆଞ୍ଜ ଲାଇଫ୍‌ ପକ୍ଷରୁ କେରଳର ଇଏସ୍‌ଏଏଫ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହିତ ରଣନୀତିପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର କରାଯାଇଛି । ଇଏସ୍‌ଏଏଫ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହିତ ବଜାଜ ଆଲିଆଞ୍ଜ ପକ୍ଷରୁ କର୍ପୋରେଟ ଏଜେନ୍ସି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଏହି ବୁଝାମଣା ଦ୍ୱାରା ଇଏସ୍‌ଏଏଫ୍‌ ଏସ୍‌ଏଫବି ଏହାର ଗ୍ରାହକମାନଙ୍କୁ ଅଧିକ ଆର୍ଥିକ ଉତ୍ପାଦ ପ୍ରଦାନ କରିପାରିବ। ଏହା ଗ୍ରାହକଙ୍କୁ ଜୀବନ ବୀମା ସୁବିଧା ଯୋଗାଇ ଦେଇପାରିବ। ଗ୍ରାହକମାନଙ୍କୁ ଏହା ବଜାଜ୍‌ ଆଲିଆଂଜର ଜୀବନ ବୀମା ସ୍କିମ୍‌ ସହିତ ଉଭୟ ସଂଚୟ ଓ ବୀମାର ମିଶ୍ରଣ ଥିବା ଉତ୍ପାଦ ଯୋଗାଇ ଦେଇପାରିବ । ଏହି ବୁଝାମଣା ବିଷୟରେ ତରୁଣ ଛୁଗ୍‌, ଏମ୍‌ଡି ଓ ସିଇଓ, ବଜାଜ୍‌ ଆଲିଆଞ୍ଜ ଲାଇଫ୍‌ ଇନସ୍ୟୁରାନ୍ସ କହିଛ‘ି ଯେ, ‘ଇଏସଏଏଫ୍‌ ଏସ୍‌ଏଫ୍‌ବି ସହିତ ସହଯୋଗିତା ସ୍ଥାପନ କରିବା ଓ ସେମାନଙ୍କ ବର୍ଦ୍ଧିତ ଗ୍ରାହକଙ୍କୁ ଆମର ଉତ୍ପାଦ ଯୋଗାଇ ଦେବାକୁ ଯାଉଥିବାରୁ ଆମେ ବହୁତ ଖୁସି। ଜୀବନ ବୀମା କ୍ଷେତ୍ରରେ ବଜାଜ ଆଲିଆଞ୍ଜ ଏବେ ଜଣାଶୁଣା ନାମରେ ପରିଣତ ହୋଇଛି। ଗ୍ରାହକଙ୍କୁ ନେଇ ଇଏସ୍‌ଏଏଫ୍‌ ଏସ୍‌ଏଫବିର ରହିଥିବା ଅଭିଜ୍ଞତା ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବାରେ ସହାୟକ ହେବ।’’

ସମ୍ବନ୍ଧିତ ଖବର