ଅସୀମିତ ଡାଟା ଓ ମେସେଜିଂର ସୁବିଧା ଥିବା ସିମ୍‌ ୧୬୫ଟି ଦେଶରେ ଲଞ୍ଚ ହେବ

ନୂଆଦିଲ୍ଲୀ: ସିମ୍‌କାର୍ଡ କମ୍ପାନି ଚାଟ୍‌ ସିମ୍‌ ଇଟାଲିର ମିଲାନରେ ସବୁଠାରୁ ବଡ଼ ଚାଟ୍‌ ସିମ୍‌ ୨ ସିମ୍‌କାର୍ଡ ଲଞ୍ଚ କରିଛି। କମ୍ପାନିର ଏହି ସିମ୍‌ କାର୍ଡକୁ ନେଇ କୁହାଯାଇଛି କି ବ୍ୟବହାରକାରୀ ଏଥିରେ ଅସୀମିତ ଇଣ୍ଟରନେଟ ସେବା ଓ ମେସେଜିଂ କରି ପାରିବେ। ବିଶେଷ କଥା ଟି ହେଉଛି, ଏଥିପାଇଁ ବ୍ୟବହାରକାରୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ କିମ୍ବାର ଏହାର କୌଣସି ସୀମା ନାହିଁ।

ଚାଟ୍‌ ସିମକୁ ବାର୍ସିଲୋନାରେ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୧ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ମୋବାଇଲ ଓ୍ଵାଲର୍ଡ କଂଗ୍ରେସ ୨୦୧୮’ରେ ଲଞ୍ଚ କରାଯିବ। ଏହି କାର୍ଯ୍ୟକ୍ରମରେ ଚାଟ୍‌ ସିମ୍‌ର ଅନ୍ୟାନ୍ୟ ଫିଚର ସମ୍ପର୍କରେ ସୂଚନା ମିଳି ପାରିବ ବୋଲି କୁହାଯାଉଛି।

ଚାଟ୍‌ ସିମ୍‌ ଏହି ପ୍ଲାନ୍‌ ପୂର୍ବରୁ ବି ଏକ ସିମ୍‌ ଲଞ୍ଚ କରିଥିଲା ଯେଉଁଥିରେ ବ୍ୟବହାରକାରୀଙ୍କ ପାଇଁ କିଛି ସର୍ତ୍ତ ରଖାଯାଇଥିଲା। ବ୍ୟବହାରକାରୀ ଏଥିରେ ଫଟୋ, ଭିଡିଓ ଓ ଭଏସ୍‌ କଲ କରିବା ପାଇଁ କିଛି ମଲଟିମିଡିଆ କ୍ରେଡିଟସ୍‌ କିଣିବାକୁ ପଡ଼ୁଥିଲା।

କମ୍ପାନି ପକ୍ଷରୁ ପ୍ରକାଶ ଯେ ଚାଟ ସିମ୍‌ ୨ ସମଗ୍ର ଦୁନିଆ ଭିତରେ ପାଖାପାଖି ୧୬୫ଟି ଦେଶରେ ୨୫୦ଟି ଟେଲିକମ୍‌ ଅପରେଟର୍ସଙ୍କ ସହିତ କାମ କରିବ। ସିମ୍‌ କାର୍ଡ ସହିତ ବ୍ୟବହାରକାରୀ କିଛି ବଛାବଛା ଆପ୍ଲିକେସନ୍‌ ଜରିଆରେ ଅସୀମିତ ଚାଟ କରି ପାରିବେ। ଯେଉଁଥିରେ ହ୍ଵାଟସ୍‌ଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର, ଟେଲିଗ୍ରାମ, ଲାଇନ୍‌ ଓ ଲାଇକ୍‌ ଆପ ବି ସାମିଲ ରହିଛି। ଏହି ସିମ୍‌ ଆଇଫୋନ୍‌, ଆଣ୍ଡ୍ରୋଏଡ, ଉଇଣ୍ଡୋ ଫୋନ୍‌ ଓ ଟେବ୍‌ଲେଟସ୍‌ରେ କାମ କରିବ। ତେବେ ଭାରତରେ ଏହାର ମୂଲ୍ୟ କେତେ ରହିବ ତାହା ଏଯାବତ୍‌ ସ୍ପଷ୍ଟ କରାଯାଇନାହିଁ।

ସମ୍ବନ୍ଧିତ ଖବର