ପୁଣିଥରେ ଫେରି ପାଆନ୍ତୁ ଡିଲିଟ୍‌ ହୋଇଯାଇଥିବା ହ୍ଵାଟସଆପ ମେସେଜ୍‌!

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ଵାଟସଆପ କିଛି ଦିନ ପୂର୍ବରୁ ଏକ ଫିଚର ଲଂଚ କରିଥିଲା, ଯାହାଦ୍ୱାରା ଆପଣ ଭୁଲରେ ପଠାଇଥିବା ମେସେଜ ଡିଲିଟ୍‌ ହୋଇପାରିବ। ଏହାର ଅର୍ଥ ଅନ୍ୟମନସ୍କ ହୋଇ କିମ୍ବା ଭୁଲରେ ଯଦି ଅନ୍ୟ କାହାକୁ ମେସେଜ ପଠାଇ ଦେଇଛନ୍ତି, ତେବେ ଆଉ ଆପଣଙ୍କୁ ଲଜ୍ଜିତ ହେବାକୁ ପଡ଼ିବ ନାହିଁ। ପ୍ରକୃତକଥା ହେଲା ହ୍ଵାଟସଆପରେ ମେସଜ୍‌ ଡିଲିଟ୍‌ କରିବାର ଅପ୍ସନ ଦିଆଯାଇଛି, ଯେଉଁଠି ସେଣ୍ଡର ଓ ରିସିଭର ଉଭୟ ପଟୁ ମେସେଜ ଡିଲିଟ୍‌ ହୋଇ ପାରିବ। କିନ୍ତୁ ଏକ ଉପାୟ ଅଛି ଯାହାଦ୍ୱାରା ଡିଲିଟ୍‌ କରାଯାଇଥିବା ମେସେଜ ପଠାଯାଇପାରିବ। ଏହାକୁ ହ୍ଵାଟସଆପ ଫିଚରର ଦୁର୍ବଳତା କୁହଯାଇପାରେ। ଲାଗୁଛି କମ୍ପାନି ଏହି ଫିଚର ଲଂଚ ସମୟରେ ଅଧିକ ଗୁରୁତ୍ୱ ଦେଇନାହିଁ।

ସ୍ପେନରେ ଏକ ବ୍ଲଗ ଅନୁସାରେ ସପ୍ଟଟୟାର ଜରିଆରେ ଡିଲିଟ୍‌ କରାଯାଇଥିବା ହ୍ଵାଟସଆପ ମେସେଜ ପରେ ମଧ୍ୟ ପଠାଯାଇ ପାରିବ। ଏକ ରିପୋର୍ଟରେ କୁହାଯାଇଛି, ହ୍ଵାଟସଆପରେ ସମସ୍ତ ମେସେଜ୍‌ ଆଣ୍ଡ୍ରଏଡ୍‌ ସିଷ୍ଟମର ନୋଟିଫିକେସନ ରେଜିଷ୍ଟରରେ ଷ୍ଟୋର ହୋଇଯାଏ। ଏଥପାଇଁ ଆପଣଙ୍କୁ କେବଳ ରେକର୍ଡ ଦେଖିବା ପାଇଁ ପଡ଼ିବ ଏବଂ ଆପଣ ଡିଲିଟ୍‌ କରାଯାଇଥିବା ମେସେଜ୍‌ ପାଇ ପାରିବେ।

ଉଦାହରଣ ସ୍ୱରୁପ ଆପଣ କାହାକୁ ହ୍ଵାଟସଆପରେ କିଛି ମେସଜ ପଠାଇଛନ୍ତି ଓ ଡିଲିଟ୍‌ କରିଦେଇଛନ୍ତି। କିନ୍ତୁ ଆପଣ ଯାହାକୁ ମେସେଜ ପଠାଇଛନ୍ତି, ଯଦି ତାଙ୍କ ପାଖରେ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ଅଛି ତେବେ ନୋଟିଫିକେସନ ସେଟିଂ ଜରିଆରେ ଡିଲିଟ କରାଯାଇଥିବା ମେସେଜ ପିପାରିବେ। ଏହି ବ୍ଲଗରେ କୁହାଯାଇଛି ନୋଟିଫିକେସନ ହିଷ୍ଟ୍ରି ନାମକ ଏକ ଥାର୍ଡ ପାର୍ଟି ଆପ ଅଛି, ଯାହାକୁ ଆପଣ ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ୍‌଼ କରିପାରିବେ। ଏହି ଆପ୍‌ ଜରିଆରେ ନୋଟିଫିକେସନ ହିଷ୍ଟ୍ରି ସେଟିଂକୁ ଯାଇ ମେସେଜ୍‌ ପାଇହେବ।

ଏହି ଆପ୍‌ ଇନଷ୍ଟୋଲ୍‌ କରିବା ପରେ ମୋବାଇଲକୁ ଆସୁଥିବା ନୋଟିଫିକେସନ୍‌ ସହ ଏକ ଅପ୍ସନ ମିଳିବ। ଏଠାରେ ଟାପ୍‌ କରି ଆପଣ ନୋଟିଫିକସନର କଣ୍ଟେଟ ପାଇପାରିବେ। ଯଦି ମେସେଜ ପଠାଇ ଥିବା ବ୍ୟକ୍ତି ଜଣକ ହ୍ଵାଟସଆପରୁ ମେସେଜ ଡିଲିଟ୍‌ କରିଦେଇଥାଆନ୍ତି , ତେବେ ଆପଣ ଏହ ନୋଟଫିକେସନ୍‌ ଜରିଆରେ ମେସେଜ ପାଇପାରିବେ। ମେସେଜ ପଠାଇ ସାରିବା ପରେ ମେସେଜ ପଠାଇଥିବା ବ୍ୟକ୍ତି ଜଣକ ଫୋନ୍‌ ରିଷ୍ଟାଟ୍‌ କରିଦିଅନ୍ତି ତେବେ ଆପଣ ମେସେଜ ପିପାରିବେ ନାହିଁ। ଏହାବ୍ୟତୀତ ଏହାର ଆଉ ଏକ ଦୁର୍ବଳତା ହେଲା ଏହି ଉପାୟରେ ଅଧିକ ଅକ୍ଷର ଆପଣ ପିପାରିବେ ନାହିଁ। ପ୍ରଥମ ୧୦୦ ଅକ୍ଷର ପାଇବା ପରେ ଆପଣ ଆଉ ମେସେଜ ପାଇପାରିବେ ନାହିଁ।

ନୋଟିଫିକେସନରୁ ଡିଲିଟ୍‌ କରାଯାଇଥିବା ମେସେଜକୁ ପୁଣି ଦେଖିବା ପାଇଁ ଏହି ଉପାୟ କେବଳ ଆଣ୍ଡ୍ରଏଡ୍‌ ଫୋନରେ ହିଁ ଲାଗୁ ହେବ। ତେବେ ଏନେଇ ବତ୍ତର୍ମାନ ହ୍ଵାଟସଆପ ତରଫରୁ କୌଣସି ସୂଚନା ମିଳିନାହିଁ। ତେବେ ଯାହା ଜଣାପଡୁଛି ଆଗକୁ କମ୍ପାନି କିଛି ନୂଆ ଅପଡେଟ୍‌ କରିପାରେ। ଆଉ ଏହି ଦୁର୍ବଳତାକୁ ସୁଧାରିବା ପାଇଁ ନିଶ୍ଚୟ ଚେଷ୍ଟା କରିବ କମ୍ପାନି।

ସମ୍ବନ୍ଧିତ ଖବର