ନୂଆଦିଲ୍ଲୀ: ନିକଟରେ ୨୦୦ ଓ ୨୦୦୦ଟଙ୍କିଆ ନୋଟ ଚିରାଫଟା କିମ୍ବା ଅପରିଷ୍କାର କିମ୍ବା ମିସ୍ ପ୍ରିଣ୍ଟ ହୋଇଥିଲେ ଏହାକୁ ବ୍ୟାଙ୍କରେ ଜମା କରିବା କିମ୍ବା ପରିବର୍ତ୍ତନ କରିବାରେ ଅସୁବିଧା ହୋଇପାରେ ବୋଲି ଖବର ପ୍ରକାଶ ପାଇଥିଲା। ସମ୍ପ୍ରତି ଏକ ଖବର ଆସିଛି କି, ଏଭଳି ନୋଟ ଆପଣଙ୍କୁ ମାଲାମାଲ କରିଦେବ। ଏହି ନୋଟର ମୂଲ୍ୟ ସାଧାରଣ ମୂଲ୍ୟଠାରୁ ୧୦୦ଗୁଣା ଅଧିକ । ତେବେ ଏହା କିପରି ସମ୍ଭବ ବୋଲି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରି ସାରିବଣି। ଆସନ୍ତୁ ଜାଣିବା ଘଟଣା ଟି କ’ଣ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସରକାରୀ ଛପାଖାନାରେ ଯାନ୍ତ୍ରିକ ତ୍ରୁଟି ହେତୁ ନିଜର ମୂଲ୍ୟ ହରାଇ ଥିବା ନୋଟ ଓ କଏନ୍ର ମୂଲ୍ୟ ଅଧିକ ରହିଥାଏ। ଯଦି କୌଣସି ନୋଟ ମିସ୍ପ୍ରିଣ୍ଟ ହୋଇଯାଇଛି କିମ୍ବା ନୋଟରେ ନମ୍ବର ହିଁ ନାହିଁ ତେବେ ଏହାର ଚାହିଦା ଅଧିକ ରହିଥାଏ। ଏଭଳି ନୋଟ ତାର ସାଧାରଣ ମୂଲ୍ୟଠାରୁ ୧୦୦ଗୁଣା ଅଧିକ ରହିଥାଏ ବୋଲି ଜାଣିବାକୁ ମିଳୁଛି। ଯଦି ଆପଣଙ୍କ ନୋଟ କିମ୍ବା କଏନ୍ ଏଣ୍ଟିକ୍ ହୋଇଥାଏ ତେବେ ଆପଣଙ୍କ ଇଚ୍ଛା ମୁତାବକ ଟଙ୍କା ପାଇ ପାରିବେ।
ଅଲ ଇଣ୍ଡିଆ ଫାଇନ୍ ଆଟର୍ସ ଆଣ୍ଡ କ୍ରାପ୍ଟ ସୋସାଇଟିରେ ଚାଲୁଥିବା ନ୍ୟାସନାଲ ନ୍ୟୁମିସମ୍ୟାଟିକ୍ ଏଗଜିବିସନ୍ରେ ଦେଶ ଓ ଦେଶ ବାହାର ମୁଦ୍ରା ପ୍ରଦର୍ଶନ ହୋଇଥାଏ। ଏଠାରେ ପାଖାପାଖି ୧୦୦ଟି ଦେଶର ମୁଦ୍ରାକୁ ଏକାଠି ଦେଖିବାକୁ ମିଳିଥାଏ। ଏହି ପ୍ରଦର୍ଶନରେ ମିଣ୍ଟ ଏରର ଥିବା ନୋଟ ଓ କୋଏନ୍ର ଖୁବ୍ ଚାହିଦା ରହିଥାଏ। ୧୦୦ଟଙ୍କାର ଗୋଟିଏ ନୋଟ ଯେଉଁଥିରେ ତାହାର ନମ୍ବର ଯଦି ଛପା ଯାଇ ନଥିବ ତେବେ ଏହାର ମୂଲ୍ୟ ୮ରୁ ୧୦,୦୦୦ ଟଙ୍କା ଭିତରେ ରହିଥାଏ। ସେହିପରି ଏକ ଟଙ୍କିଆ କଏନ୍, ଯାହାର ହେଡ ଓ ଅନ୍ୟପଟେ ଏହାର ଇମ୍ପ୍ରେସନ୍ ରହିଥିବ। ତାହାର ମୂଲ୍ୟ ୩୦୦୦ରୁ ୫୦୦୦ ପର୍ଯ୍ୟନ୍ତ ରଖାଯାଇଛି।
ନୋଟ ଓ କଏନ୍ ଯେତେ ଦୁର୍ଲଭ ହୋଇଥିବ, ତାହାର ମୂଲ୍ୟ ସେତେ ଅଧିକ ହୋଇଥାଏ। ଏହି ପ୍ରଦର୍ଶନୀରେ ୧୯୩୯ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଏକ ଟଙ୍କାର ଚାନ୍ଦିର କଏନ ମୂଲ୍ୟ ୨ରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
ଜଣାଇ ରଖିବାକୁ ଚାହୁଁଛୁ, ଆକବର ହିନ୍ଦୁ ଦେବୀ ଓ ଦେବତାଙ୍କ ବ୍ୟତୀତ ୧୨ଟି ରାଶିର ଭିନ୍ନଭିନ୍ନ କଏନ୍ ପ୍ରଚଳନ କରିଥିଲେ। ଯାହାର ଅନୁସନ୍ଧାନ ଏବେ ବି କରାଯାଉଛି। ଏହି କଏନ୍ ମୂଲ୍ୟକୁ ୧୫ରୁ ୨୦ଲକ୍ଷ ପର୍ଯ୍ୟନ୍ତ ରଖାଯାଇଛି।