ଏଣିକି କଣ୍ଠସ୍ୱର ଦ୍ୱାରା ହେବ୍‌ ଅନ୍‌ଲାଇନ୍‌ ପେମେଣ୍ଟ୍‌!

ନୂଆଦିଲ୍ଲୀ: ଅନଲାଇନ କାରବାରକୁ ପୂର୍ବପେକ୍ଷା ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନମାନଙ୍କରେ ଅନେକ ନୂଆ ଫିଚର ଜାରି କରିପାରେ। ଇତି ମଧ୍ୟରେ ଖୁବ୍‌ ଶୀଘ୍ର ଏକ ନୂଆ ଫିଚର ଲଂଚ ହେବାକୁ ଯାଉଛି। ଯାହାକି ରହିଛି ଆପଣଙ୍କ ଭଏସ ଉପରେ ଆଧାରିତ। ଏହି ଫିଚର ଜରିଆରେ ଅନଲାଇନ ପେମେଂଟ ପାଇଁ ଗ୍ରାହକଙ୍କର କଥା ବା ଭଏସ ମାଧ୍ୟମରେ ହିଁ ତାଙ୍କୁ ଚିହ୍ନଟ କରାଯିବ। ଯାହାକୁ ମୋବାଇଲ ପେମେଂଟ୍‌ ଫୋରମ ଅଫ୍‌ ଇଣ୍ଡିଆ (ଏମପିଏଫଆଇ) ଜାରି କରିବାକୁ ଯାଉଛି। ଏହା ପୂର୍ବରୁ ବି ଏମପିଏଫଆଇ ଏଭଳି ଅନେକ ଫିଚର ଲଂଚ କରିସାରିଛି।

ଏମପିଏଫଆଇର ଚେୟାରମ୍ୟାନ ଗୌରବ ରୈନାଙ୍କ ସୂଚନା ଅନୁସାରେ, ଏହି ଭଏସ ଆଧାରିତ ପେମେଂଟ ଯାଂଚ ଫିଚରଟି ଏକ ସୁରକ୍ଷିତ ଟେକନିକ୍‌ ଅଟେ। ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି ମୋବାଇଲ ପେମେଂଟ ଏବଂ ଅର୍ଥ ସେବାଗୁଡିକୁ ସୁରକ୍ଷିତ, ପ୍ରଭାବଶୀଳ ଏବଂ ଶସ୍ତା କରିବା ଅଟେ। ଭଏସ ଦ୍ୱାରା ଯାଂଚ ଜରିଆରେ ଅନଲାଇନ ପେମେଂଟକୁ ସହଜ କରାଯାଇପାରିବ। ଯଦି କୌଣସି ବୟସ୍କ ବ୍ୟକ୍ତି ବିଶେଷଙ୍କ ସଂପର୍କରେ କୁହାଯାଏ ତେବେ ତାଙ୍କ ପାଇଁ ସ୍ମାର୍ଟଫୋନ କିମ୍ବା ନୂଆ ଟେକନିକଗୁଡିକର ବ୍ୟବହାର ଟିକିଏ ଜଟିଳ ହୋଇପାରେ। ଏଭଳି ପରିସ୍ଥିତିରେ ବୟସ୍କ ବ୍ୟକ୍ତି ବିଶେଷଙ୍କୁ କଲ ଜରିଆରେ ଯାଂଚ କରାଯିବ। ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହି ରଖୁଛି କି, ଭଏସ ଆଧାରିତ ଟେକନିକ ସେହି ଲୋକମାନଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ ଯେଉଁମାନଙ୍କର ଅନଲାଇନ ପେମେଂଟ ଉପରେ ସେଭଳି ଅଧିକ ଜ୍ଞାନ ନଥିବ। ଏହାଛଡା, ଆଗାମୀ ଦିନମାନଙ୍କରେ ଏସଏମଏସ ବ୍ୟାଙ୍କିଂ ପାଇଁ ମେସେଜ ଫର୍ମାଟକୁ ଆହୁରି। ସହଜ କରିଦିିଆଯିବ।

ନିୟର ଫିଲ୍‌ଡ କମ୍ୟୁନିକେସନ ଏନଏଫସି , ପ୍ରୋକ୍ସିମିଟି ପେମେଂଟ୍‌ ଆଦି ଉପରେ ମଧ୍ୟ କାମ କରାଯିବ। ରୈନା ଆହୁରି ମଧ୍ୟ କହିଛନ୍ତି କି, ତାଙ୍କର ଫୋକସ ଭବିଷ୍ୟତର ଟେକନିକ୍‌ ଉପରେ ରହିଛି ଯେଉଁଥିରେ ଭଏସ ଆଧାରିତ ଯାଂଚ ଏବଂ ସିକ୍ୟୁରିଟି ଆଣ୍ଡ ପ୍ରାଇଭେସି ସାମିଲ ରହିଛି। ରୈନା ଏହା ମଧ୍ୟ କହିଛନ୍ତି କି ଅଗଷ୍ଟ ୨୦୧୭ରେ ଆଇଏମପିଏସ ଏବଂ ୟୁପିଆଇ ଜରିଆରେ ୯ କୋଟିରୁ ଅଧିକ ଅନଲାଇନ ନେଣ-ଦେଣ କରାଯାଇଛି। ସେହିପରି ୨୦୧୬-୧୭ରେ ଆଇଏମପିଏସ ଜରିଆରେ ୫୦ କୋଟିର ନେଣ-ଦେଣ କରାଯାଇଥିଲା।

ସମ୍ବନ୍ଧିତ ଖବର