ଟିଭିଏସ୍‌, ଏଥର୍‌, ଓଲା ଇ-ସ୍କୁଟର ଦାମ୍ ବଢ଼ିଲା

ନୂଆଦିଲ୍ଲୀ: ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ଉପରେ ସରକାର ଦେଉଥିବା ସବ୍‌ସିଡି ହ୍ରାସ ହେବା ପରେ ଟିଭିଏସ୍‌, ଏଥର ଓ ଓଲା ‌ନିଜର ଇ-ସ୍କୁଟର ମୂଲ୍ୟ ବଢ଼ାଇଛନ୍ତି। ଟିଭିଏସ୍‌ ଏହାର ଆଇକ୍ୟୁବ୍ ସ୍କୁଟର ଦାମ୍‌ରେ ୧୭ ହଜାର ଟଙ୍କାରୁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଆଇକ୍ୟୁବ୍ ମୂଲ୍ୟ ୧,୦୬,୩୮୪ ଟଙ୍କା ହୋଇଛି। ଏଥର୍‌ ଏହାର ୪୫୦ଏକ୍ସ ମଡେଲ୍‌ର ଦାମ୍ ପ୍ରାୟ ୮୦୦୦ ଟଙ୍କା ବଢ଼ାଇଛି। ଏଥର ୪୫୦ ପ୍ରୋ ପ୍ୟାକ୍‌ର ମୂଲ୍ୟ ୧,୬୫,୩୪୫ ଟଙ୍କା ହୋଇଛି। ଓଲା ଇ-ସ୍କୁଟର ମୂଲ୍ୟରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ଓଲା ଏସ୍‌୧ ପ୍ରୋ (୩କେଡବ୍ଲୁଏଚ୍‌) ସ୍କୁଟର ମୂଲ୍ୟ ୧,୩୯,୯୯୯ ଟଙ୍କା ‌ହୋଇଛି। ତେବେ ହିରୋ ଇଲେକ୍ଟ୍ରିକ୍ ପକ୍ଷରୁ କୁହାଯାଇଛି ଯେ ଏହା ଲୋକପ୍ରିୟ ଇ-ସ୍କୁଟରର ଦାମ୍ ବଢ଼ାଇବ ନାହିଁ। ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତା ବଢ଼ାଇବା ଲାଗି କଂପାନି ସୁଲଭ ମୂଲ୍ୟରେ ଏହାର ଇ-ସ୍କୁଟର ବିକ୍ରି କରିବ। ଭାରି ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ଉପରେ ଦିଆଯାଉଥିବା ସବ୍‌ସିଡି କିଲୋୱାଟ୍‌ ଆୱାର ପିଛା ୧୦ ହଜାର ଟଙ୍କାକୁ ହ୍ରାସ ପାଇଛି। ସେହିପରି ଏକ୍ସ-ଫ୍ୟାକ୍ଟ୍ରି ମୂଲ୍ୟରେ ଦିଆଯାଉଥିବା ପ୍ରୋତ୍ସାହନ ୪୦%ରୁ ହ‌୍ରାସ ପାଇ ୧୫% କରାଯାଇଛି। ଏହାର ପ୍ରଭାବରେ ଇ-ସ୍କୁଟରଗୁଡ଼ିକର ମୂଲ୍ୟରେ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର