ରେନବୋ ଇଣ୍ଟରନେସନାଲ ସ୍କୁଲରେ ବିଶ୍ଵ ଏଡସ୍ ଦିବସ ପାଳିତ

ଭୁବନେଶ୍ବର: ପଟିଆସ୍ଥିତ ରେନବୋ ଇଣ୍ଟରନେସନାଲ ସ୍କୁଲରେ ଆଜି ବିଶ୍ଵ ଏଡସ୍ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଦୁଇ ଜଣ ଛାତ୍ର ଛାତ୍ରୀ ବକ୍ତବ୍ୟ ପ୍ରଦାନ କରିଥିଲେ। ତତ୍ ପରେ ବିଦ୍ୟାଳୟର ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ସମସ୍ତେ ସମାଜରେ କିପରି ଏଡସ୍ ଭଳି ମାରାତ୍ମକ ରୋଗରୁ ନିଜକୁ ଦୂରେଇ ରଖିବେ ଓ ସଚେତନ ରହିବେ ସେ ବାର୍ତ୍ତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର