ଚନ୍ଦ୍ରଶେଖରପୁର : ରାଜଧାନୀର ବିଭିନ୍ନ ସ୍ଥାନରୁ ମୋବାଇଲ୍ ଫୋନ୍ ଓ ବାଇକ୍ ଲୁଟ୍ କରୁଥିବା ଦୁଇ ଯୁବକଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ୟୁନିଟ୍ ୮ର ରତିକାନ୍ତ ରାଉତ(୨୧) ଓ ନୀଳାଦ୍ରିବିହାର ବସ୍ତିର ସତ୍ୟବ୍ରତ ହୋତା(୨୦)। ପୁଲିସ୍ ସେମାନଙ୍କଠାରୁ ଗୋଟିଏ ପଲ୍ସର ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍କୁ ଜବତ କରିଛି। ସେମାନେ ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍ ଝାମ୍ପିନେଇ ପଳାଉଥିବା ବେଳେ ପୁଲିସ୍ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କୁ ଥାନାକୁ ନେଇ ଜେରା କରିବାରୁ ସେମାନେ ଅସାମାଜିକ କାର୍ଯ୍ୟ କରିବାରେ ଉସ୍ତାଦ ବୋଲି ଜଣାପଡ଼ିଥିଲା।