ଟିଫିନ୍‌ ଛୁଟିରେ ଚକୋଲେଟ ଲୋଭ ଦେଖାଇ ନୀରିହ ଶିଶୁକୁ ଦୁଷ୍କର୍ମ କଲା ସ୍କୁଲ କର୍ମଚାରୀ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଏକ ନୀରିହ ଶିଶୁକୁ ସ୍କୁଲ ପରିସରରେ ଦୁଷ୍କର୍ମ କରିବାର ଘଟଣା ସାମ୍ନାକୁ ଆସିଛି। ସହରର ତେଲିଚୋବଲି ଅଞ୍ଚଳସ୍ଥିତ ଏକ ଘରୋଇ ସ୍କୁଲରେ ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି। ଦୁଷ୍କର୍ମ ଶିକାର ହୋଇଥିବା ଶିଶୁର ବୟସ ୫ବର୍ଷ ଓ ସେ ୟୁକେଜିରେ ପଢ଼ୁଥିବା ଜଣାପଡ଼ିଛି। ଶିଶୁକୁ ନିଜ ଜାଲରେ ଫସାଇଥିବା ଦୁଷ୍କର୍ମକାରୀ ସେହି ସ୍କୁଲର କର୍ମଚାରୀ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ବ୍ରେକ୍‌ ସମୟରେ ଅଭିଯୁକ୍ତ ଚୋକୋଲେଟର ଲୋଭ ଦେଖାଇ ଶିଶୁକୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା ଓ ସେଠାରେ ତା’ସହିତ ଦୁଷ୍କର୍ମ କରିଥିଲା। ଶିଶୁଟି ଯେତେବେଳେ ଘରେ ପହଞ୍ଚିଥିଲା ପରିବାରଲୋକଙ୍କୁ ପେଟ ଯନ୍ତ୍ରଣା ବିଷୟରେ କହିଥିଲା। ପରିବାରଲୋକେ ଶିଶୁଟିର ରକ୍ତସ୍ରାବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଦୁଷ୍କର୍ମକାରୀ ବିରୋଧରେ ଆଇପିସିର ଧାରା ଓ ପୋକ୍ସୋ ଆକ୍ଟ ଜରିଆରେ ମାମଲା ରୁଜୁ କରାଯାଇଛି।

ସ୍ଥାନୀୟଲୋକଙ୍କୁ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ସେମାନେ ହଙ୍ଗମା ଆରମ୍ଭ କରି ଦେଇଥିଲେ। ପୀଡିତାର ପରିବାରବର୍ଗ ସହିତ ସ୍ଥାନୀୟଲୋକେ ସ୍କୁଲ ପହଞ୍ଚି ପଥରମାଡ ଆରମ୍ଭ କରି ଦେଇଥିଲେ। ମେଡିକାଲ ଯାଞ୍ଚ ପାଇଁ ଶିଶୁକୁ ହସ୍‌ପିଟାଲ ପଠାଇ ଦିଆଯାଇଛି। ଉତ୍ତେଜିତ ଲୋକଙ୍କୁ କାବୁ କରିବା ପାଇଁ ସ୍କୁଲ ପରିସରରେ ଧାରା ୧୪୪ ଲାଗୁ କରାଯାଇଛି। ଏବେ ପରିସ୍ଥିତି ପୁଲିସ କାବୁରେ ରହିଛି।

ସମ୍ବନ୍ଧିତ ଖବର