ସାତ ବର୍ଷର ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ବାପ-ପୁଅ ଗିରଫ

ନୂଆଦିଲ୍ଲୀ: ସାତ ବର୍ଷର ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ପୁଲିସ ଜଣେ ୨୧ ବର୍ଷୀୟ ଯୁବକ ଓ ତା’ର ବାପାକୁ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ଗିରଫ ହେବା ପରେ ପୁଲିସ ଦ୍ୱାରା ପଚରାଉଚୁରା ବେଳେ ଚାଞ୍ଚଲ୍ୟକର ବୟାନ୍‌ ଦେଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସତୀଶ (୨୧) ଓ ତା’ର ବାପା ରାମଶରଣ (୫୧)। ସତୀଶ ପ୍ରାଇଭେଟ୍‌ କଂପାନିରେ କାମ କରେ। ସେ ଜଣେ ନିଶାସକ୍ତ ଯୁବକ। ଶନିବାର ରାତିରେ ଯେତେବେଳେ ପୀଡ଼ିତା ତା’ର ବଡ ଭଉଣୀ ସହିତ ଚାଓମିନ୍‌ ଆଣିବାକୁ ବଜାରକୁ ଯାଇଥିଲା, ସେଠାରୁ ଅଭିଯୁକ୍ତ ସତୀଶ ପୀଡ଼ିତାକୁ ଚିପ୍‌ସ ଦେବା ବାହାନାରେ ତୃତୀୟ ମହଲାସ୍ଥିତ ନିଜ ଘରକୁ ନେଇଥିଲା।

ସେଠାରେ ସେ ନାବାଳିକା ସହିତ ଦୁଷ୍କର୍ମ କରିଥିଲା। ଯେତେବେଳେ ପୀଡିତା ଚିତ୍କାର କରିଥିଲା, ସେତେବେଳେ ତା’ମୁହଁରେ ହାତ ଦେଇଥିଲା। ଏହାପରେ ପୀଡିତା ବେହୋଶ ହୋଇଯାଇଥିଲା। ତା’ପରେ ବାପା ଏହା ଜାଣିପାରି ପୀଡିତାକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ସ୍କୁଟରରେ ନେଇ ପାର୍କରେ ଫିଙ୍ଗି ଦେଇଥିଲା। ବାପା ଆଶଙ୍କା କରିଥିଲା ଯେ ପୀଡ଼ିତା ବଞ୍ଚିଥିବ। ଏଣୁ ସେ ପୁଣି ରାତି ୧୨ଟାରେ ସେହି ପାର୍କକୁ ଯାଇଥିଲା ଏବଂ ନାବାଳିକାର ମୁଣ୍ଡକୁ ପଥରରେ ଛେଚିଥିଲା।

ସମ୍ବନ୍ଧିତ ଖବର