କଲେଜ ସାଙ୍ଗ ସିମ୍‌ଲା ବୁଲାଇବାକୁ ଡାକି ଭାଇ ସହିତ ଚଣ୍ଡିଗଡ଼ ପଠାଇଦେଲା, ବାୟୁସେନାର ଯବାନ ମହିଳାଙ୍କ ସହିତ ଛଅମାସ ଧରି କରିଥିଲେ ଦୁଷ୍କର୍ମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଜଣେ ବିବାହିତ ମହିଳାଙ୍କୁ ଚଣ୍ଡିଗଡ଼ ବାୟୁସେନାର ଜଣେ ଯବାନ ବନ୍ଧକ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲାର ଯାଞ୍ଚ କରୁଛି।

ପୁଲିସ ଅଧ୍ୟକ୍ଷକ ମନୋଜ କୁମାର ଝା ମଙ୍ଗଳବାର କହିଛନ୍ତି, ମାନିକପୁର ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳା ବାୟୁସେନାର ଯବାନ ବିଦ୍ୟାସାଗର ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ବିବାହ ପ୍ରତିଶ୍ରୃତି ଦେଇ ଛଅମାସ ପର୍ଯ୍ୟନ୍ତ ଚଣ୍ଡିଗଡ଼ରେ ବନ୍ଧକ ରଖିଥିଲା ବିଦ୍ୟାସାଗର । କେବଳ ଏତିକି ନୁହେଁ, ଯେତେଦିନ ବି ସେ ବନ୍ଧକ ବନାଇ ରଖିଥିଲା ସେତେଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲା।

କୁହାଯାଉଛି କି, ଦୁଷ୍କର୍ମକାରୀର ଭଉଣୀ କଲେଜ ସମୟରୁ ପୀଡିତାଙ୍କ ସାଙ୍ଗ ରହିଥିଲା। ସାଙ୍ଗ ଜରିଆରେ ପୀଡିତା ବିଦ୍ୟାସାଗର ସମ୍ପର୍କରେ ଆସିଥିଲେ। ଏହି ମାମଲାର ଯାଞ୍ଚ ଦାୟିତ୍ବ ମାନିକପୁର ଥାନା ଅଧିକାରୀଙ୍କୁ  ଦିଅଯାଇଛି। ଏବେ ପୀଡିତା ପରିବାରଠାରୁ ଅଲଗା ହୋଇ ଏକ ଭଡା ଘରେ ରହୁଛନ୍ତି।

ପୁଲିସ ଅଧ୍ୟକ୍ଷକ ମନୋଜ କୁମାର ଝାଙ୍କ କହିବାନୁସାରେ, ସିମଲା ବୁଲାଇବା ବାହାନାରେ ଦୁଷ୍କର୍ମକାରୀଙ୍କ ଭଉଣୀ ପୀଡିତାଙ୍କୁ ଡାକିଥିଲେ ଓ ତାଙ୍କ ଭାଇ ସହିତ ଚଣ୍ଡିଗଡ଼ ପଠାଇ ଦେଇଥିଲେ। ସେଠାରେ ଏକ ଭଡ଼ା ଘରେ ବନ୍ଧକ ରଖି ଛଅମାସ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲା ବିଦ୍ୟାସାଗର । କେବଳ ଏତିକି ନୁହେଁ, ଅନ୍ତସତ୍ତ୍ୱା ହେବା ପରେ ମହିଳାଙ୍କୁ ଜୋରଜବରଦସ୍ତି ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲା।

ସମ୍ବନ୍ଧିତ ଖବର