ଚଉଠି ରାତିରେ ସ୍ୱାମୀ ନପୁସଂକ ବୋଲି ଜଣା ପଡ଼ିବା ପରେ ଦେଢ଼ଶୁର ସହ ସଂପର୍କ ରଖିବାକୁ କହିଲେ ଶାଶୁ, ଯା’କହିଲେ ମୋର କୌଣସି ଆପତ୍ତି ନାହିଁ

ହିସାର : ହରିୟାଣାର ହିସାରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଚଉଠି ରାତିରେ ସ୍ୱାମୀ ନପୁସଂକ ବୋଲି ଜାଣି ସ୍ତ୍ରୀ ଆପତ୍ତି କରିବା ପରେ ଦେଢ଼ଶୁର ସହ ସଂପର୍କ ରଖିବାକୁ କହିଥିଲେ ଶାଶୁ । ଏ କଥା ଶୁଶି ଯା’ ମଧ୍ୟ କୌଣସି ଆପତ୍ତି ଉଠାଇ ନଥିବା ଜଣା ପଡ଼ିଛି । ଶାଶୁଙ୍କ କଥା ମାନି ଯା’ନିଜ ସ୍ୱାମୀଙ୍କୁ ଦିଅରର ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବାକୁ ଅନୁମତି ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ମା’ ଏବଂ ସ୍ତ୍ରୀ ଠାରୁ ଅନୁମତି ପାଇ ଭାଇ ବୋହୂ ସହ ଶାରୀରିକ ସଂପର୍କ ରଖିବା ପାଇଁ ଚେଷ୍ଟା କରିଥିଲା ଦେଢ଼ଶୁର । ହେଲେ, ଏହାକୁ ବିରୋଧ କରି ପୀଡ଼ିତା ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

hindi.oneindia.com

ସୂଚନା ମୁତାବକ, ୨୪ବର୍ଷିୟା ମହିଳାଙ୍କ ବିବାହ ଜାନୁଆରି ମାସରେ ଚଣ୍ଡିଗଡ଼ରେ ଥିବା ଏକ ସହରରେ ହୋଇଥିଲା । ଚଉଠି ରାତି ଦିନ ପୀଡ଼ିତାଙ୍କ ସ୍ୱାମୀ ସେ ନପୁସଂକ ବୋଲି କହିବା ସହ ତାଙ୍କ ଚିକିତ୍ସା ଚାଲୁଥିବା ଜଣାଇଥିଲେ । ଏ ବିଷୟରେ ପୀଡ଼ିତା ଶାଶୁଘର ଲୋକଙ୍କୁ ଜଣାଇବା ପରେ ପୀଡ଼ିତାଙ୍କ ଶାଶୁ ଦେଢ଼ଶୁର ସହ ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ । ଏଥିରେ ରାଜି ନ ହେବାରୁ ପୀଡ଼ିତାଙ୍କୁ ମାର୍‌ ପିଟ୍‌ କରିବା ସହ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା ଦେଢ଼ଶୁର । ଏତେ ସବୁ ଅତ୍ୟାଚାର ପରେ ପୀଡ଼ିତା ପୁଲିସ ଷ୍ଟେସନ ଯାଇ ଶାଶୁଘର ଲୋକଙ୍କ ବିରୋଧରେ ଏତଲା ଦେଇଥିଲେ । ଏ ନେଇ ଏବେ ତଦନ୍ତ ଆରମ୍ଭ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର