ହ୍ଵାଟ୍‌ସଆପ୍‌ରେ ଜୁଆ ଖେଳି ନିଲମ୍ବିତ ହେଲେ ୭ପୁଲିସ କର୍ମୀ

ରାୟପୁର : ଛତିଶଗଡ଼ର ରାଜଧାନୀ ରାୟପୁରରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଡ଼ିୟୁଟି ସମୟରେ କାମ ନ କରି ପୁଲିସକର୍ମୀମାନେ ହ୍ଵାଟ୍‌ସଆପ୍‌ରେ ଜୁଆ ଖେଳୁଥିବାରୁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ୭ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେଥିରେ ଜଣେ ମହିଳା ସିପାହୀ ଥିବା ଜଣାପଡ଼ିଛି । ପୁଲିସ ଜୁଆ ଖେଳୁଥିବା ଏକ ଗ୍ୟାଙ୍ଗ୍‌କୁ ଗିରଫ କରିବା ପରେ ସେମାନଙ୍କ ଫୋନରୁ ନିଲମ୍ବିତ ହୋଇଥିବା ପୁଲିସକର୍ମୀଙ୍କ ନମ୍ବର ଏବଂ କରାଯାଇଥିବା ଚାଟ୍‌ ମିଳିଥିଲା ।

Quartz

ସୂଚନା ମୁତାବକ, ଗୁପ୍ତ ସୂଚନା ପାଇ ପୁଲିସ ଶୁକ୍ରବାର ରାୟପୁରର ଅଶ୍ୱିନୀ ନଗରରେ ଚଢ଼ଉ କରିଥିଲା। ଏହା ପରେ ପୁଲିସ ପୁରୁଣା ବସ୍ତିରେ ଥିବା ଏକ ଘରୁ ବିକାଶ ତମ୍ବୋଲି ନାମକ ଜଣେ ଜୁଆ ଖେଳଳିଙ୍କୁ ଗିରଫ କରିଥିଲା । ପଚରାଉଚରା କରିବା ପରେ ବିକାଶ ରାହୁଲ ନାମକ ଜଣେ ଯୁବକଙ୍କ ପାଇଁ କାମ କରୁଥିବା ସ୍ୱୀକାର କରିଥିଲେ । ଏହା ପରେ ପୁଲିସ ରାହୁଲଙ୍କୁ ଗିରଫ କରିଥିଲା । ଦୁହିଁଙ୍କ ଫୋନକୁ ନେଇ ଦେଖିବା ପରେ ଦୁହିଁଙ୍କ ଫୋନରୁ ଏକ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ମିଳିଥିଲା । ଯେଉଁଥିରେ ନିଲମ୍ବିତ ହୋଇଥିବା ୭ଜଣ ପୁଲିସକର୍ମୀ ସଦସ୍ୟ ଥିବା ସାମ୍ନାକୁ ଆସିଥିଲା । ଯାହା ପରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର