କ୍ରେଡିଟ କାର୍ଡ ବିଲ୍‌ ଭରିବା ଓ ଫୋନ୍‌ କିଣିବା ପାଇଁ ଯାଆଁଳା ଶିଶୁଙ୍କୁ ବିକ୍ରି କରି ଦେଲା ମା’ !

ବେଜିଂ: ଜଣେ ୨୦ବର୍ଷୀୟ ମହିଳା କ୍ରେଡିଟ୍‌ କାର୍ଡର ବିଲ ଭରିବା ପାଇଁ ନିଜର ଯାଆଁଳା ଶିଶୁଙ୍କୁ ବିକ୍ରି କରି ଦେଇଛନ୍ତି । ଏମିତି ଏକ ଅଦ୍ଭୁତ ଘଟଣା ଚାଇନାର ବେଜିଂରେ ଘଟିଛି।

ମହିଳା  ୬.୫ ଲକ୍ଷ ଟଙ୍କାର କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ନିଜ ଯାଆଁଳା ଶିଶୁଙ୍କୁ ବିକି ଦେଇଛନ୍ତି। କେବଳ ଏତିକି ନୁହେଁ, ପିଲା ଦୁଇଟିଙ୍କୁ  ବିକି ସେ କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ସହ ବଳକା ଟଙ୍କାରେ ଏକ ସ୍ମାର୍ଟଫୋନ ବି କିଣିଥିବା ଜଣାପଡ଼ିିଛି।

ସୂଚନାଯୋଗ୍ୟ, ମହିଳା ଜଣଙ୍କ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ। ପରେ ମହିଳାଙ୍କ ମାତାପିତା ଉକ୍ତ ପିଲାଙ୍କ ଦାୟିତ୍ୱ ନେବାକୁ ମନା କରିଦେଇଥିଲେ। ଜନ୍ମିତ ଶିଶୁଙ୍କ ପିତା ମଧ୍ୟ ହସ୍ପିଟାଲକୁ ଆସି ନ ଥିଲେ। ମହିଳାଜଣଙ୍କ ବାଧ୍ୟ ହୋଇ ନିଜ ଯାଆଁଳା ଶିଶୁଙ୍କୁ ୬.୫ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ଏହି ଘଟଣାରେ ପୁଲିସ୍‌ ମହିଳା ଓ ତାଙ୍କ ପାର୍ଟନରକୁ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କ ନାମ ‘ମା’ ଓ ତାଙ୍କ ପାର୍ଟନରଙ୍କ ନାମ ‘ଉ’ ବୋଲି ଜଣାପଡ଼ିଛି। ସେ ସେପ୍ଟେମ୍ବରରେ ଏହି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। ଜନ୍ମିତ ଶିଶୁ ଦ୍ବୟ ପ୍ରିମେଚ୍ୟୁୟୋର ବେବି ହୋଇଥିବାରୁ ଇନକ୍ୟୁବେଟରେ ବି ରଖା ଯାଇଥିଲା।

ସମ୍ବନ୍ଧିତ ଖବର