ବଚସା ପରେ ଡେଲିଭରି ବଏଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମୁମ୍ବାଇ : ମୁମ୍ବାଇରେ ଜଣେ ଡେଲିଭରି ବଏଙ୍କୁ ହତ୍ୟା କରାଯିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାଟି ରାତି ୧୦ଟା ୧୫ମିନିଟ୍‌ରେ ଘଟିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଏଭଳି ଅପରାଧ କରିଥିବା ସାମ୍ନାକୁ ଆସିଛି । ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ମୃତକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ବୋଲି କହିଛନ୍ତି ମୃତକଙ୍କ ସାଙ୍ଗ । ସାଙ୍ଗର ବୟାନକୁ ଆଧାର କରି ପୁଲିସ ଏବେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ରେଡ୍‌ ଚିଲ୍ଲୀ ରେସ୍ତୋରାଁରେ ମୃତକ ଡେଲିଭରି ବଏ ଭାବେ କାମ କରୁଥିବା ବେଳେ ଗତକାଲି ରାତି ୧୦ଟା ୧୫ମିନିଟ୍‌ରେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କୁ ଦୁଇ ଯୁବକ ଅଟକାଇବାରୁ ୩ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ୨ଅଭିଯୁକ୍ତ ପୀଡ଼ିତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତେବେ ଅଭିଯୁକ୍ତମାନଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଚିହ୍ନଟ କରି ନଥିବା ବେଳେ ତଦନ୍ତ ଜୋରଦାର କରିଛି ।

ସମ୍ବନ୍ଧିତ ଖବର