ଯୌତୁକରେ ଲାବ୍ରାଡର କୁକୁର ଓ କଇଁଚ୍ଛ ମାଗିିବା ବର ପକ୍ଷକୁ ମହଙ୍ଗା ପଡ଼ିଲା

ମୁମ୍ବାଇ: ଦେଶରେ ଏବେ ବି ଏମିତି କିଛି ସ୍ଥାନ ରହିଛି ଯେଉଁଠାରେ ଯୌତୁକ ଭଳି କୁପ୍ରଥା ଚାଲି ଆସିଛି। ମହାରାଷ୍ଟ୍ରର ଔରଙ୍ଗାବାଦରୁ ଯୌତୁକର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଠାରେ ବରଘର ପକ୍ଷ କନ୍ୟାଘର ପକ୍ଷକୁ ଯୌତୁକରେ ୨୧ଟି ନଖ ଥିବା କଇଁଚ୍ଛ ଓ ଲାବ୍ରାଡର କୁକୁର ଦାବି କରିଥିଲେ। କନ୍ୟା ଘରପକ୍ଷର ଅଭିଯୋଗ କ୍ରମେ ପୁଲିସ ବର ଓ ତାର ପରିବାର ବିରୋଧରେ ମାମଲା ରୁଜୁ କରିଛନ୍ତି।

ଏହି ଘଟଣା ଔରଙ୍ଗାବାଦର ଉସମାନପୁରା ଅଞ୍ଚଳରେ ଘଟିଛି। ଉସମାନପୁରା ପୁଲିସର କହିବାନୁସାରେ, ଫେବ୍ରୁଆରି ୧୦ ତାରିଖରେ ଅଭିଯୁକ୍ତ ଯୁବକଙ୍କ ସହିତ ଯୁବତୀଙ୍କ ରାମନଗର ଅଞ୍ଚଳସ୍ଥିତ ବିବାହ ମଣ୍ଡପରେ ବିବାହ ହୋଇଥିଲା। ଏହି ବିବାହ ପୂର୍ବରୁ କନ୍ୟା ପରିବାରଲୋକଙ୍କୁ ଯୌତୁକ ବାବଦକୁ ବରପକ୍ଷ ଦୁଇଲକ୍ଷ ଟଙ୍କା ନଗଦ ମାଗିଥିବା ସହିତ ୧୦ଗ୍ରାମ ସୁନା ବି ଦାବି କରିଥିଲେ।

କେବଳ ଏତିକି ନୁହେଁ,  ପୁଅଘର ଲୋକ କନ୍ୟା ଘରକୁ ୨୧ଟି ନଖ ଥିବା କଇଁଚ୍ଛ, ଗୋଟିଏ କଳାରଙ୍ଗର ଲାବ୍ରାଡର କୁକୁର, ଗୋଟିଏ ବୁଦ୍ଧ ପ୍ରତିମା ଦାବି କରିଥିଲେ।  ଯାହାକୁ କନ୍ୟାପକ୍ଷ ଦେଇ ପାରିିବେ ନାହିଁ ବୋଲି ମନା କରି ଦେବାରୁ ସେମାନେ ବିବାହ ଭାଙ୍ଗି ଦେଇଥିଲେ।

କନ୍ୟାଘର ଏନେଇ ପୁଲିସରେ ଅଭିଯୋଗ କରିବା ପରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୨୦, ୪୦୬ ଓ ୩୪ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର