୪ଜଣ ମହିଳାଙ୍କ ଦାଦାଗିରି: ରେସ୍ତୋରାଁ ଭିତରେ ପଶି ମାଲିକଙ୍କୁ ନିସ୍ତୁକ ପିଟିଲେ

ୱାସିଂଟନ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ୪ଜଣ ମହିଳାଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଉକ୍ତ ୪ଜଣ ମହିଳା ଆମେରିକାର ଫ୍ଲୋରିଡା ରେସ୍ତୋରାଁରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ନିସ୍ତୁକମାଡ଼ ମାରିଥିଲେ।

ତେବେ ବୋଧ ହୁଏ ଏହି ଘଟଣା ଘଟିିବା ସମୟରେ କେହି ଜଣେ ଦୃଶ୍ୟକୁ କ୍ୟାମେରାରେ କୈଦ କରି ନେଇଥି‌ଲେ। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥି‌ଲେ। ଭିଡିଓରେ ଦେଖିବାକୁ ମିଳୁଛି ରେସ୍ତୋରାଁ କର୍ମଚାରୀମାନେ ପ୍ରଥମେ ମହିଳାଙ୍କ ସହ ଗଣ୍ଡଗୋଳ କରୁଛନ୍ତି। ଏହାପରେ ମହିଳାମାନେ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ମୁଥ ପରେ ମୁଥ ମାରି ଚାଲିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଡ୍ରାଇଭ ଥ୍ରୁର ପପିଏସ ରେସ୍ତୁରାଣ୍ଟରୁ ମହିଳାମାନେ ଖାଇବା ଅର୍ଡର କରିଥିଲେ। ପ୍ରଥମେ ଜଣେ ମହିଳା ଓ କ୍ୟାସିୟରଙ୍କୁ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଅନ୍ୟ ମହିଳାମା‌ନେ ଜଣକ ପରେ ଜଣେ କାରରୁ ବାହାରି କର୍ମଚାରୀଙ୍କ ଊପରେ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଉକ୍ତ ମହିଳାମାନେ ରେସ୍ତୋରାଁ ଭିତରେ ପଶି ଟଙ୍କା‌ ମଧ୍ୟ ଲୁଟି ନେଇଥିଲେ।

 

ପିବିଏସଓ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ କ୍ୟାପସନ ଲେଖାଯାଇଛି, କେହି ଏହି ମହିଳାମାନଙ୍କୁ ଚିହ୍ନିଛନ୍ତି କି?

ସମ୍ବନ୍ଧିତ ଖବର