ଶ୍ରମଜୀବୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲା : ଜେଲ୍‌ ଗଲା ମେସ୍‌ କେୟାର୍‌ ଟେକର

ମେଣ୍ଢାଶାଳ : ଜଣେ ଶ୍ରମଜୀବୀ ଯୁବତୀଙ୍କୁ ମେସ୍‌ରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ କେୟାର୍‌ ଟେକର୍‌ ପ୍ରମୋଦ ପ୍ରତାପସିଂଙ୍କୁ ଚନ୍ଦକା ଥାନା ପୁଲିସ ସୋମବାର କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ପ୍ରମୋଦଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ଘଟିଥିବା ଏହି ସଂଗିନ୍‌ ମାମଲାକୁ ନେଇ ଚନ୍ଦକା ଥାନାରେ ଅଭିଯୋଗ ହେବା ପରେ ପରେ ପୁଲିସ ପ୍ରମୋଦଙ୍କୁ ଗିରଫ କରିବା ସହ ଯୁବତୀଙ୍କ ଡାକ୍ତରୀ ମାଇନା କରାଇଥିଲା। ମେଣ୍ଢାଶାଳ ଡେରାସସ୍ଥିତ ସି ଫୁଡ୍‌ ପାର୍କର ଏକ ଚିଙ୍ଗୁଡ଼ି ପ୍ରୋସେସିଂ ଫାର୍ମରେ କାମ କରୁଥିବା କଟକ ନିଆଳି ଅଞ୍ଚଳର ଜଣେ ଯୁବତୀ ସେଠାରେ ମେସ୍‌ରେ ରହୁଥିଲେ। ଗତକାଲି ମେସ୍‌ରେ ଯୁବତୀଜଣଙ୍କୁ ଏକୁଟିଆ ପାଇ ପ୍ରମୋଦ ଦୁଷ୍କର୍ମ କରିଥିଲେ ବୋଲି ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର