ସମଲିଙ୍ଗୀ ବିବାହ କରିବାର କିଛି ଘଣ୍ଟା ମଧ୍ୟରେ କୋଟିପତି ଯୁବକଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଜଣେ କୋଟିପତି ଯୁବକ ସମଲିଙ୍ଗୀଙ୍କୁ ବିବାହ କରିଥିଲେ। ବିବାହ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଏକ ଖବର ସାମ୍ନାକୁ ଆସିଛି।

ତେବେ ମୃତ ପୁଅ ଲାଇଙ୍କ ମା’ କହନ୍ତି, ‘ମୋ ପୁଅ ଉଚ୍ଚବିଦ୍ୟାଳୟରେ ପାଠପଢ଼ୁଥିଲା। ବୟସ ମାତ୍ର ୧୮ବର୍ଷ । ତେବେ ସେ ଦୁଇଥର ଭେଟିଥିବା ଜଣେ ପୁଅକୁ ସମଲିଙ୍ଗୀ ବିବାହ କରିଥିଲା। କିଛିଦିନ ପୂର୍ବରୁ ମୋର ସ୍ବାମୀ ପୁଅ ଲାଇର ନାମରେ ୧୩୪କୋଟି ଟଙ୍କା ସମ୍ପତ୍ତି କରି ଦେଇଥିଲେ। ମଇ ୪ ତାରିଖ ଦିନ ପୁଅର ମୃତଦେହ ସେ ରହୁଥିବା କୋଠାର ବାହାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ତେଣୁ ସମ୍ପତ୍ତି ପାଇଁ ମୋ ପୁଅକୁ ହତ୍ୟା କରାଯାଇଛି ବୋଲି ମୁଁ ଦାବିର ସହ କହିବି। କାରଣ ମୋର ସ୍ବାମୀଙ୍କ ଗତ ଏପ୍ରିଲ ମାସରେ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପୂର୍ବରୁ ସେ ସମସ୍ତ ସମ୍ପତ୍ତି ପୁଅ ନାମରେ କରି ଦେଇଥିଲେ। ତେବେ ଲାଇ ଯାହାକୁ ବିବାହ କରିଛି ତାହାର ନାମ ହସିୟା। ଯାହାକୁ ସେ ମାତ୍ର ୨ଥର ଭେଟିଥିଲା। ହାସିୟା ସମ୍ପତ୍ତି ସହିତ ଜଡ଼ିତ ଦସ୍ତାବିଜ ଓ ଜରୁରୀ କାଗଜପତ୍ର ସମ୍ଭାଳିବା  କାମ କରିଥାଏ।

ମୋ ପୁଅ ସମଲିଙ୍ଗୀ ବିବାହ କଦାପି କରି ପାରିବ ନାହିଁ। ମୁଁ ତାର ମା’ … ମୋ ପୁଅ କ’ଣ ତାହା ମୁଁ ଭଲ ଭାବେ ଜାଣିଛି। ସେ ଆତ୍ମହତ୍ୟା ବି କରି ପାରିବ ନାହିଁ। କାରଣ ତା’ମନରେ କ’ଣ ଅଛି ସେ ମୋତେ ସ୍ପଷ୍ଟ ଭାବେ କହିଥାଏ। ‌ତେଣୁ ମ‌ୋ ଜାଣିବାରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ତା’ ପାଖରେ କିଛି କାରଣ ନଥିଲା। ତେଣୁ ମୁଁ ଦାବିର ସହ କହିବି କି ପୁଅକୁ ସମ୍ପତ୍ତି ପାଇଁ ହସିଆ ପ୍ରଥମେ ସମଲିଙ୍ଗୀ ବିବାହ କରି ଲାଇକୁ ହତ୍ୟା କରି କୋଠା ବାହାରକୁ ଫିଙ୍ଗି ଦେଇଛି। ’

ସମ୍ବନ୍ଧିତ ଖବର