ଚାରିବର୍ଷର ପ୍ରେମସମ୍ପର୍କ ଭାଙ୍ଗିବା ପରେ ପ୍ରେମିକ ନେଲା ପ୍ରେମିକା ଠାରୁ ଏଭଳି ପ୍ରତି‌‌ଶୋଧ

ନୂଆଦିଲ୍ଲୀ: ଚାରିବର୍ଷର ପ୍ରେମସମ୍ପର୍କ ଭାଙ୍ଗିବା ପରେ ପ୍ରେମିକ ପ୍ରେମିକାଠାରୁ ପ୍ରତିଶୋଧ ନେଇଛି। ଏହା କିନ୍ତୁ ପ୍ରେମିକକୁ ମହଙ୍ଗା ପଡ଼ି ଯାଇଛି। ପ୍ରତିଶୋଧ ନେବା ପାଇଁ ପ୍ରେମିକ ଇନଷ୍ଟାଗ୍ରାମରେ ନକଲି ଆକାଉଣ୍ଟ ଖୋଲି ସେଥି‌ରେ ପ୍ରେମିକା ଓ ତାର ବାପାଙ୍କ ଫଟୋ ବ୍ୟବହାର କରିଥିଲା, ଏଥିସହିତ ପ୍ରେମିକାଙ୍କ ସମ୍ପର୍କୀୟମାନଙ୍କୁ ଅଶ୍ଳୀଳ ମେସେଜ ଓ ଫଟୋ ପଠାଉଥିଲା।  ଏହି ଘଟଣାକୁ ନେଇ ପୁଲିସ ଉକ୍ତ ଯୁବକକୁ ଗିରଫ କରି ନେଇଛି।

ପୀଡିତା ପୁଲିସକୁ ଅଭିଯୋଗ କରି କହିଥିଲେ, ‘ କି କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ନାମରେ ନକଲି ଇନଷ୍ଟା ଆକାଉଣ୍ଟ ଖୋଲି ତାଙ୍କ ସମ୍ପର୍କୀୟ ଓ ବନ୍ଧୁବନ୍ଧକଙ୍କୁ ଅଶ୍ଳୀଳ ମେସେଜ ପଠାଉଛି।’

ଏହି ଅଭିଯୋଗକ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରୁ ପୁଲିସ ଜାଣିବାକୁ ପାଇଥିଲା କି ଏହି ନକଲି ଆକାଉଣ୍ଟର ବିବେକ(୨୧)ନାମକ ଯୁବକର ମୋବାଇଲ ନମ୍ବର ବ୍ୟବହାର କରି ତିଆରି କରାଯାଇଛି। ପରେ ଜ‌ଣାପଡ଼ିଲା କି ବିବେକ ସେହି ଯୁବକ ଯିଏକି ପୀଡିତାଙ୍କ ପ୍ରେମିକ ଥିଲା। ଏଦୁହିଁଙ୍କ ମଧ୍ୟରେ ଚାରିବର୍ଷ ପାଖାପାଖି ପ୍ରେମ ସମ୍ପର୍କ ରହିଥିଲା। କିଛିଦିନ ପୂର୍ବରୁ କୌଣସି କାରଣରୁ ଏସମ୍ପର୍କ ଭାଙ୍ଗି ଯାଇଥିଲା।

ଏହାକୁ ନେଇ ପ୍ରେମିକ ପାଗଳପ୍ରାୟ ହୋଇଯାଇଥିଲା। ସେ କ’ଣ କରିବ କିଛି ବୁଝି ପାରି ନଥଲା। ଶେଷରେ ପ୍ରେମିକାଙ୍କ ଠାରୁ ପ୍ରତିଶୋଧ ନେବା ସହିତ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଉପାୟ ଆପଣାଇଥିଲା।

ସମ୍ବନ୍ଧିତ ଖବର