ଜମି ବିକ୍ରି ନାଁରେ ୬୧ ଲକ୍ଷ ଟଙ୍କା ଠକେଇ, ଜଣେ ଅଟକ

ଭୁବନେଶ୍ୱର : ଜମି ବିକ୍ରି ନାଁରେ ୬୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ତାଙ୍କ ନାଁ କୈଳାସ ଚନ୍ଦ୍ର ମହାନ୍ତି। ଘର ୟୁନିଟ-୬ ଗଙ୍ଗନଗରରେ। କୈଳାସ ପିପିଲି ଲେମ୍ବୁଆପଡ଼ା ଅଞ୍ଚଳରେ ଜମି ଯୋଗାଇ ଦେବାକୁ କହି ସୌମେନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୨୦୧୬ ମସିହାରୁ ଆଜି ଯାଏ ୬୧ ଲକ୍ଷ ଟଙ୍କା ନେଇ ସାରିଥିଲେ ହେଁ ଜମି ଯୋଗାଇ ପାରି ନ ଥିଲେ। ଓଲଟି ସୌମେନ୍ଦ୍ର ଜାଣିବାକୁ ପାଇଥିଲେ କି କୈଳାସ ଉକ୍ତ ଜମିକୁ ଅନ୍ୟମାନଙ୍କୁ ମଧ୍ୟ ବିକ୍ରି କରି ସାରିଛନ୍ତି। ଏ ନେଇ ସୌମେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ କୈଳାସଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଛି।

ଜମି ଦେବାକୁ କହି ୨୦ ଲକ୍ଷ ଟଙ୍କାର ଠକେଇ

ଭୁବନେଶ୍ୱର : ଜମି ଦବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ପ୍ରବୀର ମହାନ୍ତି ନାମକ ଜଣେ ଯୁବକ ଜମି ଦବାକୁ କହି ତାଙ୍କ ସାହିର କାଶୀନାଥ ସାହୁଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେଲା ପରେ ପ୍ରବୀର ଆଉ ଧରାଛୁଆଁ ଦେଇନଥିଲେ। ପ୍ରବୀର ଜଣେ ଠକ ବୋଲି ଜାଣିବା ପରେ କାଶୀନାଥ ତାଙ୍କୁ ଟଙ୍କା ମାଗିବାରୁ ସେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କାଶୀନାଥ ଥାନାର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର