ପ୍ରେମିକ ସହିତ ରାତି ଅଧରେ ଫେରାର ହୋଇଗଲା ୪ଟି ଶିଶୁଙ୍କ ମାଆ, କାନ୍ଦି କାନ୍ଦି ପିଲାଙ୍କ ଅବସ୍ଥା ବେହାଲ୍‌

ସୁଲତାନପୁର: ଉତ୍ତରପ୍ରଦେଶର ସୁଲତାନପୁରରୁ ମହମୁଦପୁର ସେମରି ଗ୍ରାମର ୪ଟି ଶିଶୁଙ୍କ ମା’ ତାର ପ୍ରେମିକ ସହିତ ଫେରାର ହୋଇଯିବାର ଘଟଣା ସାମ୍ନାକୁ ଆସିଛି। ଏ ମାମଲା ନେଇ ମହିଳାଙ୍କ ସ୍ୱାମୀ ପୁଲିସରେ ଅଭିଯୋଗ କରିବା ପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଜୟସିଂହପୁର କୋତବାଲି ଅନ୍ତର୍ଗତ ମହମୁଦପୁର ସେମରି ଗ୍ରାମରେ ବସବାସ କରୁଥିବା ରାମସେବକ କନୋଜିୟା ପତ୍ନୀ ରାଧା ଫେରାର ହୋଇଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ବିରେତା ପଲ୍ଲିପୁର ନିବାସି ସନ୍ଦିପ ଗୁପ୍ତାଙ୍କ ପୁଅ ହରିଚରନ ଗୁପ୍ତା ସମେତ ଦୁଇଜଣ ଲୋକ ରାଧାକୁ ଫୁସୁଲାଇ ଟଙ୍କା ଦେବାର ଲୋଭ ଦେଖାଇଥିଲେ। ଏହାପରେ ରାଧା ୪ଟି ପିଲାଙ୍କୁ ଛାଡି ନଗଦ ୫୦ହଜାର ଟଙ୍କା ସହ ଜମାଖାତାରେ ନିଜେ ରଖିଥିବା ୮୦ହଜାର ଟଙ୍କା ଓ ଅଳଙ୍କାର ଆଦି ନେଇ ଫେରାର ହୋଇଯାଇଛି।

ମା’ ରାଧା ଫେରାର ହୋଇଯିବା ପରେ ଲକ୍ଷ୍ମୀ, ଲକ୍ଷ୍ମଣ,ବାଲବୀର ଓ ଅଜନି କାନ୍ଦିକାନ୍ଦି ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଯାବତ୍‌ ମାମଲା ପ୍ରେମ ପ୍ରସଙ୍ଗ ବୋଲି ଜଣାପଡ଼ୁଛି, ଯାଞ୍ଚ ଶେଷ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ।

ସମ୍ବନ୍ଧିତ ଖବର