ଅନ୍ତସତ୍ତ୍ବା ମହିଳାଙ୍କ ପେଟରୁ ବାହାରିଲା ୯ଟି ଆଇଫୋନ

ବେଜିଂ: ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସନ୍ଦେହଜନକ ଭାବେ ଜଣେ ଅନ୍ତସତ୍ତ୍ବା ମହିଳାଙ୍କୁ ଅଧିକାରୀମାନେ ଧରିଥିଲେ। ଧରା ପଡ଼ିବା ପରେ ମହିଳାଙ୍କ ପେଟରୁ ୯ଟି ଆଇଫୋନ ବାହାରିଥିବା ଖବର ସାମ୍ନାକୁ ଆସିଛ।

ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣକ ମାକାଉରୁ ଚାଇନା  ଅଭିମୁଖେ ଯାତ୍ରା କରୁଥିଲେ। ସେ ବର୍ଡର ପାର ହେବା ସମୟରେ ଅଧିକାରୀମାନେ ତାଙ୍କ ଗତିବିଧି ଦେଖି ସନ୍ଦେହ କରିଥିଲେ। ଏହାପରେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ।

ସେତେବେଳେ ସେ ୫ ମାସର ଗର୍ଭବତୀ ଅଛନ୍ତି ବୋଲି କହି ଅଧିକାରୀମାନଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ। ହେଲେ ମହିଳାଙ୍କ ବେବିବମ୍ପ ବହୁତ ବଡ଼ ଥିବାରୁ ତାଙ୍କୁ ଯାଞ୍ଚ ପାଇଁ ସ୍କାନିଂ କରାଯାଇଥିଲା। ସ୍କାନିଂ ରିପୋର୍ଟରୁ ସବୁ ସତ ସାମ୍ନାକୁ ଆସି ଯାଇଥିଲା।

ମହିଳା ତାଙ୍କ ନକଲି ବେବିବମ୍ପ ଭିତରେ ଗୋଟିଏ କି ଦୁଇଟି ନୁହେଁ  ୯ଟି ଆଇ ଫୋନ ଲୁଚାଇ ରଖିଥିଲେ। କେବଳ ଏତିକି ନୁହେଁ ସେ କମ୍ପ୍ୟୁଟରର ବିଭିନ୍ନ ପାର୍ଟ ବି ସେଥିରେ ରଖିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏପରି ଘଟଣା ୨୦୧୭ରେ ଦେଖିବାକୁ ମିଳିଥିଲା।

ଏହି ଘଟଣାରେ ମହିଳା ମୋବାଇଲ ଚାଲାଣ କରୁଥିବା ନେଇ ଗିରଫ ହୋଇଥିଲେ। ସେତେବେଳେ ମହିଳା ଜଣକ ତାଙ୍କ ବେବିବମ୍ପରେ ୧୦୨ଟି ଆଇଫୋନ ଲୁଚାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର