ଟ୍ରାଫିକ ପୁଲିସକୁ ଦେଖି ଚାଲଣ କଟିବା ଭୟରେ ଚମ୍ପଟ ମାରୁଥିବା ମହିଳା ସ୍କୁଟି ଚାଳକଙ୍କ ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ହେଲମେଟ ନପିନ୍ଧି ଯଦି କେହି ଗାଡ଼ି ଚଲାଉ ଥାଆନ୍ତି, ଆଉ ସେ ଟ୍ରାଫିକ୍ ପୁଲିସ ସାମ୍ନାରେ ପଡ଼ିଯାଆନ୍ତି ତେବେ ଉକ୍ତ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥାିଆନ୍ତି। ଏହି ସମୟରେ ଅନେକ ଥର ପୁଲିସ ଗାଡ଼ି ପଛରେ ଦୌଡ଼ୁଥିବା ଘଟଣା ବି ଦେଖିବାକୁ ମିଳିଛି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା ଚାଲଣଠାରୁ ବଞ୍ଚିବା ପାଇଁ ସ୍କୁଟି ନେଇ ଚମ୍ପଟ ମାରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ଜଣେ ମହିଳା ହେଲମେଟ ନ ପିନ୍ଧି ରାସ୍ତାରେ ସ୍କୁଟି ଚଳାଉଥିଲେ। ଏହି ସମୟରେ ସେ ଟ୍ରାଫିକ ନିୟମ ମଧ୍ୟ ପାଳନ କରି ନଥିଲେ। ଏହି ସମୟରେ ସ୍କୁଟି ଚଲାଉଥିବା ମହିଳା ଜଣକ ରାସ୍ତାରେ ଠିଆ ହୋଇଥିବା ଜଣେ ମହିଳା ଟ୍ରାଫିକ ପୁଲିସକୁ ଦେଖିବାକୁ ପାଇଥିଲେ। ଏହାପରେ ସେ ଠଉରାଇ ଦେଇଥିଲେ ଯେ ତାଙ୍କ ଚାଲଣ ନିଶ୍ଚୟ କଟିବାକୁ ଯାଉଛି । ଏସବୁ ଦେଖି ମହିଳା ଜଣକ ତାଙ୍କ ସ୍କୁଟିର ବେଗକୁ ବଢ଼ାଇ ଦେଇଥିଲେ।

 

 

View this post on Instagram

 

A post shared by memes | comedy (@ghantaa)

ଯେମିତି ହିଁ ମହିଳା ସ୍କୁଟିକୁ ଦୌଡାଇବାକୁ ଲାଗିଥିଲେ, ମହିଳା ପୁଲିସ ତାଙ୍କ ପଛରେ ଦୌଡ଼ିଥିଲେ। ଆଉ ମହିଳା ସ୍କୁଟି ଚାଳକଙ୍କୁ କାବୁ କରି ନେଇଥିଲେ।

ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୫୦ ହଜାରରୁ ଅଧିକ ଭ୍ୟୁ ପାଇଛି |

ସମ୍ବନ୍ଧିତ ଖବର